ଓଡିଶା

odisha

ETV Bharat / bharat

ଶ୍ରୀନଗରରେ ତ୍ରିରଙ୍ଗା ଉଡାଇ 4 ବିଜେପି କର୍ମୀ ଅଟକ - BJP workers detained for trying to hoist national flag

ସୋମବାର ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ ବିରୋଧରେ ପ୍ରଦର୍ଶନ ସମୟରେ 4ଜଣ ବିଜେପି କର୍ମୀଙ୍କୁ ଅଟକ ରଖାଯାଇଛି । କାରଣ ଶ୍ରୀନଗରର ଐତିହାସିକ ଲାଲ ଚୌକରେ ସେମାନେ ତ୍ରିରଙ୍ଗା ଉଡାଇବାକୁ ଚେଷ୍ଟା କରିଥିଲେ । ଅଧିକ ପଢନ୍ତୁ...

4 ବିଜେପି କର୍ମୀ ଅଟକ
4 ବିଜେପି କର୍ମୀ ଅଟକ

By

Published : Oct 26, 2020, 1:00 PM IST

Updated : Oct 26, 2020, 1:14 PM IST

ଶ୍ରୀନଗର: ସୋମବାର ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ ବିରୋଧରେ ପ୍ରଦର୍ଶନ ସମୟରେ 4ଜଣ ବିଜେପି କର୍ମୀଙ୍କୁ ଅଟକ ରଖାଯାଇଛି । କାରଣ ଶ୍ରୀନଗରର ଐତିହାସିକ ଲାଲ ଚୌକରେ ସେମାନେ ତ୍ରିରଙ୍ଗା ଉଡାଇବାକୁ ଚେଷ୍ଟା କରିଥିଲେ ।

ମେହବୁବା ମୁଫତି ତ୍ରିରଙ୍ଗା ଉପରେ ଦେଇଥିବା ମନ୍ତବ୍ୟକୁ ବିରୋଧ କରି ବିଜେପିର ‘ତ୍ରିରଙ୍ଗା ଯାତ୍ରା’ ବେଳେ ଶ୍ରୀନଗରର ଲାଲ ଚୌକରେ ଏକ ପ୍ରଦର୍ଶନ କରାଯାଇଥିଲା । କିଛି ବିଜେପି କର୍ମୀ ଲାଲ ଚୌକରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ପୋଲିସ ଏହାକୁ ବାରଣ କରିଥିଲା ।

ଗତ ବର୍ଷ ଅଗଷ୍ଟ 5ରେ ଲାଗୁ ହୋଇଥିବା ସାମ୍ବିଧାନିକ ପରିବର୍ତ୍ତନ ପ୍ରତ୍ୟାବର୍ତ୍ତନ ନହେବା ପର୍ଯ୍ୟନ୍ତ ସେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ କିମ୍ବା ତ୍ରିରଙ୍ଗା ଧରିବାକୁ ଆଗ୍ରହୀ ନୁହଁନ୍ତି ବୋଲି ମେହବୁବା ମୁଫତି କହିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ମେହବୁବା ମୁଫତିଙ୍କ ଏହି ମନ୍ତବ୍ୟ ପରେ ବିଜେପି, ଜାତୀୟ ପତାକାର ଅସମ୍ମାନ ବୋଲି କହିଛି ଏବଂ ଧାରା 370 ର ପ୍ରତ୍ୟାହାର ସାମ୍ବିଧାନିକ ଭାବରେ କରାଯାଇଛି ଏବଂ ଏହା ପୁନଃସ୍ଥାପିତ ହେବ ନାହିଁ ବୋଲି କହିଛି।

ଅନ୍ୟପକ୍ଷେ ଜାତୀୟ ପତାକାର ପବିତ୍ରତାକୁ ନିନ୍ଦା କରାଯାଇଛି ବୋଲି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି। ଅନେକ ଉପାୟରେ ମୁଫତି ଭାରତର ଭାବମୂର୍ତ୍ତିକୁ ଗୁରୁତର ଅସମ୍ମାନ ପ୍ରଦର୍ଶନ କରିଛନ୍ତି ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ କହିଛନ୍ତି। ଜାମ୍ମୁ କାଶ୍ମୀର ପ୍ରଦେଶ କଂଗ୍ରେସ କମିଟି ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ବକ୍ତବ୍ୟକୁ ନିନ୍ଦା କରିଛନ୍ତି । ଏହା ଗ୍ରହଣୀୟ ନୁହେଁ ଏବଂ ଲୋକଙ୍କ ଭାବନାକୁ ଆଘାତ ଦେଇଛି ବୋଲି ସେ କହିଛନ୍ତି।

Last Updated : Oct 26, 2020, 1:14 PM IST

ABOUT THE AUTHOR

...view details