ଓଡିଶା

odisha

ETV Bharat / bharat

ଲକ୍-ଡାଉନ୍ ପରର ବସ୍ ଚଳାଚଳ, ପ୍ରଥମ ଦିନରେ 4.19 ଲକ୍ଷ ଯାତ୍ରୀ ଓ 50 ଲକ୍ଷ କାରଵାର - corona news

ଲକ୍-ଡାଉନ୍ ପରର ପ୍ରଥମ ଵସ୍ ଚଳାଚଳ ଆରମ୍ଭ ହୋଇଛି। ପ୍ରଥମ ଦିନରେ 4.19 ଲକ୍ଷ ଯାତ୍ରୀ ଓ 50 ଲକ୍ଷ କାରଵାର ହୋଇଛି।

ଲକ୍-ଡାଉନ୍ ପରର ବସ୍ ଚଳାଚଳ, ପ୍ରଥମ ଦିନରେ 4.19 ଲକ୍ଷ ଯାତ୍ରୀ ଓ 50 ଲକ୍ଷ କାରଵାର
ଲକ୍-ଡାଉନ୍ ପରର ବସ୍ ଚଳାଚଳ, ପ୍ରଥମ ଦିନରେ 4.19 ଲକ୍ଷ ଯାତ୍ରୀ ଓ 50 ଲକ୍ଷ କାରଵାର

By

Published : Jun 10, 2020, 10:55 AM IST

ମୁମ୍ଵାଇ: ଲକ୍-ଡାଉନ୍ ପରର ପ୍ରଥମ ଵସ୍ ଚଳାଚଳ ଆରମ୍ଭ ହୋଇଛି। ମୁମ୍ବାଇ ମହାନଗରୀର ରାସ୍ତାରେ ଯେତେଵେଳେ ପ୍ରଥମ କରି ଵସ୍ ଗଡିବା ଆରମ୍ଭ ହୋଇଥିଲା, ସେତେବେଳେ ଏକ ସ୍ଵଭାବିକ୍ ଜୀବନଶୈଳିର ଦୃଶ୍ୟ ଦେଖି ମୁମ୍ଵାଇଵାସୀ ଆଶ୍ଵସ୍ତି ଲଭିଥିଲେ।

ଏହି ମିଶନ ଆରମ୍ଭର ପ୍ରଥମ ଦିନ ଵା ସୋମବାରରେ ବ୍ରିହାନମୁମ୍ବାଇ ବିଦ୍ୟୁତ୍ ଯୋଗାଣ ଏବଂ ପରିବହନ (ବେଷ୍ଟ) ଦ୍ୱାରା ପରିଚାଳିତ ବସ୍‌ରେ ଚାରି ଲକ୍ଷେ ଉଣେଇସି ହଜାର ଯାତ୍ରୀ ଯାତାୟାତ ଆରମ୍ଭ କରିଥିଲେ। ତାଲା ବନ୍ଦ ହେବା ପରେ ଏହା ପ୍ରଥମ ବସ୍ ସେବାର ପୁନଃ ଗମନାଗମନ ଝଲକ୍।

ଗତ ସୋମବାର ଟିକେଟ୍ 50 ଲକ୍ଷ ଟଙ୍କାର ଟିକେଟ୍ ବିକ୍ରି ହୋଇଛି। ତେଵେ ଏହି ସଫଳତା ଵସ୍ ମାଲିକଙ୍କ ଠାରେ ଖୁସି ଆଣିଛି ବୋଲି କୁହାଯାଉଛି। କେବଳ 30 ଜଣ ଯାତ୍ରୀଙ୍କୁ ନେଇ ଵସ୍ ଯାଉଛି ଏଵଂ ସର୍ବାଧିକ ଵସ୍ ମଧ୍ୟରେ ପାଞ୍ଚ ଜଣ ଛିଡା ହେଵାର ଅନୁମତି ଦିଆଯାଇଛି।

ମଙ୍ଗଳବାର ଦିନ ମହାନଗରରେ ସର୍ଵମୋଟ୍ 176 ବସ୍ ଚଳାଚଳ କରିଥିଲା। ମୋଟାମୋଟି ଭାବେ, ସହରର 81 ରୁଟରେ ପ୍ରାୟ 2308 ବସ୍ ଚଳାଚଳ କରିଥିଲା। ତେବେ ମଙ୍ଗଳବାର ଦିନ ବସ୍ ଷ୍ଟାଣ୍ଡରେ ଲମ୍ବା ଧାଡି ଦୂରତା ନିୟମ ଉଲ୍ଲଂଘନ କରାଯାଇଥିବା ମଧ୍ୟ ସୂଚନା ମିଳିଛି।

ଆଗକୁ ଅତିରିକ୍ତ ବସ୍ ଚଲାଇବାକୁ ପ୍ରଶାସନ ଯୋଜନା କରିଛି। ତେବେ ଡ୍ୟୁଟି ପାଇଁ ରିପୋର୍ଟ କରିବାକୁ ଥିବା 4,335 କଣ୍ଡକ୍ଟର ଏବଂ 4,126 ବସ୍ ଡ୍ରାଇଭରଙ୍କ ମଧ୍ୟରୁ କେବଳ 1,992 କଣ୍ଡକ୍ଟର ଏବଂ 2,024 ବସ୍ ଡ୍ରାଇଭର ସୋମବାର ଆସିଛନ୍ତି। ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ, ନରିମାନ ପଏଣ୍ଟ ଏବଂ ବଲାର୍ଡ ଇଷ୍ଟେଟରେ ଥିବା ସମସ୍ତ କାର୍ଯ୍ୟାଳୟ ପାଇଁ ଦୁଇଟି ସିଫ୍ଟ କରାଯାଉଛି। ଏହାଦ୍ୱାରା ଭିଡ଼ କମିଯିବ ବୋଲି କୁହାଯାଇଛି।

ABOUT THE AUTHOR

...view details