ବେଙ୍ଗାଲୁରୁ: କୋରୋନାରେ ସଂକ୍ରମିତ ହୋଇଛନ୍ତି ବେଙ୍ଗାଲୁରୁର 395 ଜଣ କୋରୋନା ଯୋଦ୍ଧା । ଏପରିକି ସଂକ୍ରମିତ ହୋଇ 5 ଜଣ ମଧ୍ୟ ପ୍ରାଣ ହରାଇଛନ୍ତି । ଏନେଇ ଆସିଷ୍ଟାଣ୍ଟ ପୋଲିସ କମିଶନର ସୂଚନା ଦେଇଛନ୍ତି । 395 ଜଣଙ୍କ ମଧ୍ୟରୁ 190 ଜଣ ସୁସ୍ଥ ହୋଇଥିବା ବେଳେ 200 ଜଣ ଚିକିତ୍ସାଧିନ ରହିଛନ୍ତି । କିଛି କର୍ମଚାରୀ ପଜେଟିଭ ଚିହ୍ନଟ ହେବା ପରେ 20 ପୋଲିସ ଷ୍ଟେସନକୁ ସିଲ କରାଯାଇଛି । ମହାମାରୀ ଯୋଗୁଁ ପୋଲିସର ବିଭିନ୍ନ କ୍ରାଇମ ଅପରେସନ୍ ମଧ୍ୟ ପ୍ରଭାବିତ ହୋଇଛି ବୋଲି ସେଣ୍ଟ୍ରାଲ୍ କ୍ରାଇମ୍ ବ୍ରାଞ୍ଚର ଡେପୁଟି କମିଶନର କହିଛନ୍ତି ।
କୋରୋନା କବଳରେ ଯୋଦ୍ଧା, ବେଙ୍ଗାଲୁରୁର 395 ପୋଲିସ କୋରୋନା ପଜେଟିଭ - କୋରୋନା ପଜେଟିଭ
ବଢୁଛି କୋଭିଡ ମାମଲା । ବେଙ୍ଗାଲୁରୁରେ 395 ପୋଲିସ କର୍ମଚାରୀ କୋରୋନା ସଂକ୍ରମିତ । ମୃତକଙ୍କ ସଂଖ୍ୟା ରହିଛି 5, ସୁସ୍ଥ ହୋଇଛନ୍ତି 190। ଅଧିକ ପଢନ୍ତୁ....
395 ପୋଲିସ କର୍ମଚାରୀ କୋରୋନା ପଜେଟିଭ
150 ଜଣ କର୍ମଚାରୀ ଆକ୍ରାନ୍ତ ଚିହ୍ନଟ ହେବା ପରେ କ୍ରାଇମ ଅପରେସନ ବିଭାଗ ପ୍ରଭାବିତ ହୋଇଛି । ବିଭିନ୍ନ ହସପିଟାଲ ଓ କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେଉଥିବା କର୍ମଚାରୀଙ୍କ ସହିତ ଭିଡିଓ କନଫରେସିଂରେ କଥା ହୋଇଛନ୍ତି ସାଉଥ ଡିସିପି । ତେବେ,କର୍ଣ୍ଣାଟକରେ ପଜେଟିଭଙ୍କ ସଂଖ୍ୟା 28877 ରହିଥିବା ବେଳେ ମୃତକଙ୍କ ସଂଖ୍ୟା 470 ରହିଛି ।
ସୌଜନ୍ୟ @IANS