ଓଡିଶା

odisha

ETV Bharat / bharat

କୋରୋନା ପ୍ରଭାବ: କଏଦୀଙ୍କୁ 8 ସପ୍ତାହ ପାରୋଲରେ ଯିବାକୁ ନିର୍ଦ୍ଦେଶ - କୋରୋନା ମହାମରୀ

କୋରୋନା ମହାମାରୀ ବିସ୍ତାରକୁ ରୋକିବା ପାଇଁ ଶନିବାର ଲକ୍ଷ୍ନୌ ଜେଲରୁ 52 ଜଣ କଏଦୀଙ୍କୁ ମୁକ୍ତ କରାଯାଇଥିବା ବେଳେ ରବିବାର 38 ଜଣ କଏଦୀଙ୍କୁ 8 ସପ୍ତାହ ପାଇଁ ପାରୋଲରେ ମୁକ୍ତ କରାଯାଇଛି । ତେବେ ସର୍ବମୋଟ 600 ଅନ୍ତେବାସୀଙ୍କୁ ମୁକ୍ତ କରାଯିବ ବୋଲି ଜେଲ ଅଧୀକ୍ଷକ ପିଏନ ପାଣ୍ଡେ କହଛନ୍ତି । ଅଧିକ ପଢନ୍ତୁ...

38 prisoners released from Lucknow Jail for 8 weeks against COVID-19
କୋରୋନା ପ୍ରଭାବ: କଏଦୀଙ୍କୁ 8 ସପ୍ତାହ ପାଇଁ ପାରୋଲରେ ଯିବାକୁ ନିର୍ଦ୍ଦେଶ

By

Published : Mar 30, 2020, 9:37 AM IST

ଲକ୍ଷ୍ନୌ: ବିଶ୍ବରେ କୋରୋନାକୁ ନେଇ ବେଶ ହାହାକାର ପରିସ୍ଥିତି। ଏହି ମାରାତ୍ମକ ଭାଇରସ ପାଇଁ ସମଗ୍ର ବିଶ୍ବ ବର୍ତ୍ତମାନ ପୁରା ଠପ, ଜନଜୀବନ ଅସ୍ତବ୍ୟସ୍ତ। ତେବେ କୋରୋନା ସଂକ୍ରମଣକୁ ରୋକିବାକୁ ସରକାର ଭିନ୍ନ ଭିନ୍ନ ପଦକ୍ଷେପ ଆପଣାଉଛନ୍ତି। ଏହି ମହାମାରୀ ବିସ୍ତାରକୁ ରୋକିବା ପାଇଁ ଶନିବାର ଲକ୍ଷ୍ନୌ ଜେଲରୁ 52 ଜଣ କଏଦୀଙ୍କୁ ମୁକ୍ତ କରାଯାଇଥିବା ବେଳେ ରବିବାର 38 ଜଣ କଏଦୀଙ୍କୁ 8 ସପ୍ତାହ ପାଇଁ ପାରୋଲରେ ଛଡାଯାଇଛି । ତେବେ ସର୍ବମୋଟ 600 ଅନ୍ତେବାସୀଙ୍କୁ ମୁକ୍ତ କରାଯିବ ବୋଲି ଜେଲ ଅଧୀକ୍ଷକ ପିଏନ ପାଣ୍ଡେ କହଛନ୍ତି ଏବଂ ମୁକ୍ତ ହେବା ପୂର୍ବରୁ ସେମାନଙ୍କୁ ସ୍କ୍ରିନିଂ କରାଯାଉଛି।

କୋରୋନା ଭାଇରସ ବିସ୍ତାର ବିରୁଦ୍ଧରେ ପ୍ରତିଷେଧକ ବ୍ୟବସ୍ଥା ଭାବରେ ଉତ୍ତରପ୍ରଦେଶ ସରକାର ରାଜ୍ୟର 71 ଟି ଜେଲରେ ଥିବା 11,000 କଏଦୀଙ୍କୁ 8 ସପ୍ତାହ ପାଇଁ ପାରୋଲରେ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯେଉଁମାନଙ୍କ ଦଣ୍ଡାଦେଶ 7 ବର୍ଷରୁ କମ୍ ।

ABOUT THE AUTHOR

...view details