ଓଡିଶା

odisha

ETV Bharat / bharat

ରୋଷଣୀ କରି ଭୋଟ ଦେଲେ ଗୋଟିଏ ପରିବାରର 38 ସଦସ୍ୟ

ବାଜା ବଜେଇ, ବାଣ ଫୁଟାଇ ଓ ଭୋଟ ଦେଇ ସାମିଲ ହେଲେ ଗଣତନ୍ତ୍ରର ଗଣପର୍ବରେ । ଜଣେ କି ଦୁଇଜଣ ନୁହଁନ୍ତି ଏହି ଉତ୍ସବରେ ସାମିଲ ହୋଇଛନ୍ତି ଗୋଟିଏ ପରିବାରର 38 ଜଣ ସଦସ୍ୟ ।

By

Published : May 19, 2019, 3:34 PM IST

ଫାଇଲ ଫଟୋ

ଭୋପାଲ: ଢୋଲ ନିଶାନରେ କମ୍ପୁଛି ନିର୍ବାଚନୀ ମଇଦାନ । ବାଜା ବଜେଇ, ବାଣ ଫୁଟାଇ ଓ ଭୋଟ ଦେଇ ସାମିଲ ହେଲେ ଗଣତନ୍ତ୍ରର ଗଣପର୍ବରେ । ଜଣେ କି ଦୁଇଜଣ ନୁହଁନ୍ତି ଏହି ଉତ୍ସବରେ ସାମିଲ ହୋଇଛନ୍ତି ଗୋଟିଏ ପରିବାରର 38 ଜଣ ସଦସ୍ୟ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଭୋଟ ଦେଇସାରି ଏପରି ଏକ ଉତ୍ସବର ମାହୋଲ ବନେଇଛନ୍ତି ମଧ୍ୟପ୍ରଦେଶର ଏକ ପରିବାର । ତେବେ ଇନ୍ଦୋରର ଚନ୍ଦ୍ରାଭତୀଗଞ୍ଜର ଏକ ପରିବାର ସାଥୀ ହୋଇ ରାଲି କରି ଢୋଲ ବଜାଇ ବଜାଇ ଭୋଟ ଦେବାକୁ ଯାଇଛନ୍ତି । ଏହି ଠାକୁର ପରିବାରର ମୁଖିଆ କହ୍ନେୟାଲାଲ ନିଜ ଭୋଟ ଦେବା ସହ ଅନ୍ୟମାନଙ୍କୁ ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି ।

ଖବର ଅନୁଯାୟୀ, ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ସମୁଦାୟ 59 ଲୋକସଭା ଆସନରେ ଚାଲିଛି ଭୋଟଗ୍ରହଣ । ସକାଳ 7ରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ପୋଲିଂ ପଞ୍ଜାବର ଓ ଉତ୍ତର ପ୍ରଦେଶର 13 ଟି ସିଟ, ପଶ୍ଚିମବଙ୍ଗର 9ଟି ସିଟ୍ , ବିହାର ଓ ମଧ୍ୟପ୍ରଦେଶର 8ଟି ସିଟ୍ , ଝାଡଖଣ୍ଡର 3ଟି ସିଟ୍ ଓ ଚଣ୍ଡିଗଡର ଗୋଟିଏ ସିଟରେ ମତଦାନ ଚାଲିଛି ।

For All Latest Updates

ABOUT THE AUTHOR

...view details