ଓଡିଶା

odisha

ETV Bharat / bharat

କୋରୋନା ଅପପ୍ରଚାର: 36 ଜଣଙ୍କ ନାଁରେ 38 ମାମଲା ରୁଜୁ କଲା ହରିୟାଣା ପୋଲିସ - fake news about #COVID19

ସୋସିଆଲ ମିଡିଆରେ କୋରୋନା ସମ୍ପର୍କିତ ମିଥ୍ୟା ତଥ୍ୟ ପ୍ରଚାର କରୁଥିବା ଅଭିଯୋଗରେ 36 ଜଣଙ୍କ ନାଁରେ 38ଟି ମାମଲା ରୁଜୁ କରିଛି ହରିୟାଣା ପୋଲିସ । ଅଧିକ ପଢନ୍ତୁ...

38 FIRs have been registered against 36 people for allegedly spreading fake news about #COVID19 in social media
କୋରୋନା ଅପପ୍ରଚାର: 36 ଜଣଙ୍କ ନାଁରେ 38 ମାମଲା ରୁଜୁ କଲା ହରିୟାଣା ପୋଲିସ

By

Published : Apr 4, 2020, 10:27 PM IST

ହରିୟାଣା: ପ୍ରାଣଘାତକ ସାଜିଥିବା ମହାମାରୀ କୋରୋନା ସାରା ବିଶ୍ବ ପାଇଁ ଚିନ୍ତା ବିଷୟ ପାଲଟିଥିବା ବେଳେ ଏହାର ପ୍ରତିହତ ପାଇଁ ସରକାର ଲକଡାଉନ ଘୋଷଣା କରିଛନ୍ତି । ଏହା ସହ ଏହି ଭୂତାଣୁକୁ ନେଇ ଆତଙ୍କିତ ନ ହେବାକୁ ପରାମର୍ଶ ଦେଉଛନ୍ତି ।

କେବଳ ଏତିକି ନୁହେଁ କୋରୋନାକୁ ନେଇ ଆତଙ୍କିତ କରୁଥିବା କିମ୍ବା ମିଥ୍ୟା ଅପପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ହେଲେ କିଛି ଅମାନିଆ ବ୍ୟକ୍ତି ଏସବୁ ଉପହାସରେ ଉଡାଇ ଲୋକଙ୍କୁ ଆତଙ୍କିତ କରୁଛନ୍ତି । ସରକାରଙ୍କ ନିର୍ଦ୍ଦେଶକୁ ଥଟ୍ଟା ପରିହାସରେ ଉଡାଇ ଦେଇଥିବା 36 ଜଣଙ୍କ ନାଁରେ 38ଟି ମାମଲା ରୁଜୁ ହୋଇଛି ।

ଏମାନେ ସୋସିଆଲ ମିଡିଆରେ କୋରୋନା ସମ୍ପର୍କିତ ମିଥ୍ୟା ତଥ୍ୟ ପ୍ରଚାର କରୁଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗକୁ କେନ୍ଦ୍ର କରି 36 ଜଣଙ୍କ ନାଁରେ 38ଟି ମାମଲା ରୁଜୁ କରିଛି ହରିୟାଣା ପୋଲିସ ।

@ANI

ABOUT THE AUTHOR

...view details