ନୂଆଦିଲ୍ଲୀ: ଜେଏନୟୁ ମାମଲାରେ ଯେଉଁ ହ୍ବାଟ୍ସଆପ ଗ୍ରୁପ ଜରିଆରେ ହିଂସାକୁ ଅଧିକ ପ୍ରଚାର କରାଯାଉଥିଲା ସେଥିରେ ଥିବା 60ଜଣଙ୍କ ମଧ୍ୟରୁ 37ଜଣଙ୍କୁ ଚିହ୍ନଟ କରାଯାଇଛି। ପୋଲିସର କହିବା ଅନୁସାରେ, ଖୁବ ଶୀଘ୍ର ଏହି 37ଜଣଙ୍କୁ ନୋଟିସ ଜାରି କରି ପଚରାଉଚୁରା କରାଯିବ। ଏହି ଗ୍ରୁପର ଆଡମିନ୍ ଯୋଗେନ୍ଦ୍ର ଭରଦ୍ବାଜ, ଯିଏ କି ଏବିଭିପିର ଜଣେ ସଦସ୍ୟ।
ଜେଏନୟୁ: ହ୍ବାଟ୍ସଅପ ଗ୍ରୁପ ଜରିଆରେ ପ୍ରସାରିତ କରାଯାଉଥିଲା ହିଂସା, 37 ଚିହ୍ନଟ - JNU news update
ଜେଏନୟୁ ମାମଲାରେ ଯେଉଁ ହ୍ବାଟ୍ସଆପ ଗ୍ରୁପ ଜରିଆରେ ହିଂସାକୁ ଅଧିକ ପ୍ରଚାର କରାଯାଉଥିଲା ସେଥିରେ ଥିବା 60ଜଣଙ୍କ ମଧ୍ୟରୁ 37ଜଣଙ୍କୁ ଚିହ୍ନଟ କରାଯାଇଛି। ପୋଲିସର କହିବା ଅନୁସାରେ, ଖୁବ ଶୀଘ୍ର ଏହି 37ଜଣଙ୍କୁ ନୋଟିସ ଜାରି କରି ପଚରାଉଚୁରା କରାଯିବ। ଆଗକୁ ପଢନ୍ତୁ...
ଫାଇଲ ଫଟୋ
ସବୁଠାରୁ ବଡ ଖବର ଏହା ଯେ, ‘ୟୁନିଟି ଅଗେନ୍ସଟ୍ ଲେଫ୍ଟ’ନାମକ ଏହି ଗ୍ରୁପରୁ 37 ଲୋକଙ୍କ ପରିଚୟ ମିଳିପାରିଛି ଓ ଏଥିରେ 10ଜଣ ଅଣଛାତ୍ର ସାମିଲ ଥିଲେ, ଯେଉଁମାନେ ହିଂସାକାଣ୍ଡରେ ସାମିଲ ଥିଲେ। ଦୁଇ ଗୋଷ୍ଠୀ ଅର୍ଥାତ ବାମ ଓ ଦକ୍ଷିଣପନ୍ଥୀ ଛାତ୍ର ହିଂସା ପାଇଁ ଅଣଛାତ୍ରଙ୍କ ସହାୟତ ନେଇଥିଲେ।
ଜେଏନୟୁର ଛାତ୍ର ହିଁ ଏମାନଙ୍କୁ କ୍ୟାମ୍ପସ ଭିତରକୁ ଆଣିଛନ୍ତି। ଆଇଶି ଘୋଷଙ୍କ ସମେତ ଯେଉଁ 9 ସନ୍ଦିଗ୍ଧଙ୍କ ଫଟୋ ଜାରି କରାଯାଇଛି ସେମାନଙ୍କ ଡିଜିଟାଲ, ଫରେନ୍ସିକ୍, ଇଲେକ୍ଟ୍ରୋନିକ୍ସ ଯାଞ୍ଚ ପରେ କୌଣସି ମାମଲା ରୁଜୁ ହେବ।