ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପ୍ରବାସୀ ଶ୍ରମିକ, ଛାତ୍ର, ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀଙ୍କ ସମେତ ଫସି ରହିଥିବା ଲୋକଙ୍କୁ ନିଜ ଘରକୁ ଫେରିବାକୁ ଅନୁମତି ଦେଇଛନ୍ତି। ସମସ୍ତେ ମେ 1ରୁ ଚାଲୁଥିବା ସ୍ବତନ୍ତ୍ର ଟ୍ରେନ୍ ଯୋଗେ ନିଜ ସହରକୁ ଫେରୁଛନ୍ତି । ଏହି କ୍ରମରେ ଭାରତୀୟ ରେଳ ସୂଚନା ମୁତାବକ ରେଳବାଇ ମେ 1 ରୁ 366 ଟି "ଶ୍ରମିକ୍ ସ୍ପେଶାଲ୍" ଟ୍ରେନ୍ ଚଳାଚଳ କରିଛି । ଏହାସହ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ଚାରି ଲକ୍ଷ ପ୍ରବାସୀ ଗୃହ ପ୍ରତ୍ୟାବର୍ତ୍ତନ କରିଛନ୍ତି । 287 ଟି ଟ୍ରେନ୍ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ସାରିଥିବାବେଳେ 79 ଟି ଟ୍ରେନ ଗତିପଥରେ ରହିଛି ।
ଏହି 287 ଟ୍ରେନ୍ ମଧ୍ୟରୁ ଉତ୍ତରପ୍ରଦେଶରେ 127, ବିହାରରେ 87, ମଧ୍ୟପ୍ରଦେଶରେ 24, ଓଡିଶାରେ 20, ଝାଡଖଣ୍ଡରେ 16, ରାଜସ୍ଥାନରେ 4 , ମହାରାଷ୍ଟ୍ରରେ 3 , ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗରେ 2 ଏବଂ ଆନ୍ଧ୍ରପ୍ରଦେଶ,ହିମାଚଳ ପ୍ରଦେଶରେ 1ଟି ଟ୍ରେନ ଚଳାଚଳ କରିଛି ।
ଏହି ଟ୍ରେନ୍ ଗୁଡିକ ତିରୁଚିରାପଲ୍ଲୀ, ଟିଟଲାଗଡ, ବାରୁନି, ଖଣ୍ଡୱା, ଜଗନ୍ନାଥପୁର, ଖୋର୍ଦ୍ଧା ରୋଡ୍, ଛାପ୍ରା, ବାଲିଆ, ଗୟା, ପୂର୍ଣ୍ଣିଆ, ବାରାଣାସୀ ଭଳି ଷ୍ଟେସନ ରହିଛି ।