ଓଡିଶା

odisha

By

Published : Jun 19, 2020, 7:16 AM IST

Updated : Jun 19, 2020, 10:22 AM IST

ETV Bharat / bharat

ଦେଶରେ 24 ଘଣ୍ଟାରେ 13586 କୋରୋନା ପଜିଟିଭ, 336 ମୃତ୍ୟୁ ରେକର୍ଡ

ଦେଶରେ 3ଲକ୍ଷ 66ହଜାର କୋରୋନା ପଜିଟିଭ
ଦେଶରେ 3ଲକ୍ଷ 66ହଜାର କୋରୋନା ପଜିଟିଭ

10:20 June 19

ଦେଶରେ 24 ଘଣ୍ଟାରେ 13586 କୋରୋନା ପଜିଟିଭ, 336 ମୃତ୍ୟୁ ରେକର୍ଡ

ନୂଆଦିଲ୍ଲୀ: ଦେଶରେ ଗତ 24 ଘଣ୍ଟା ମଧ୍ୟରେ ରେକର୍ଡ 13,586 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସହ 336  କୋରୋନା ମୃତ୍ୟୁ ରେକର୍ଡ କରାଯାଇଛି । ଫଳରେ ମୋଟ କୋରୋନା ପଜିଟିଭ ସଂଖ୍ୟା 3 ଲକ୍ଷ 80ହଜାର 5ଶହ 32ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା 12ହଜାର 5ଶହ 73କୁ ବୃଦ୍ଧି ପାଇଛି ।

ମୋଟ 2ଲକ୍ଷ 4ହଜାର 7ଶହ 11 ଜଣ ଡିସଚାର୍ଜ ହୋଇଥିବା ବେଳେ 1ଲକ୍ଷ 63ହଜାର 2ଶହ 48ଟି ସକ୍ରିୟ ମାମଲା ରହିଛି । ଏନେଇ ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ମହାରାଷ୍ଟ୍ରରେ ସର୍ବାଧିକ 53915 ସକ୍ରିୟ ମାମଲା ରହିଥିବା ବେଳେ ଗୁଜୁରାଟରେ 6191, ଦିଲ୍ଲୀରେ 26669, ତାମିଲନାଡୁରେ 23068, ରାଜସ୍ଥାନରେ 2792, ମଧ୍ୟପ୍ରଦେଶରେ 2308, ଉତ୍ତରପ୍ରଦେଶରେ 5477, ଆନ୍ଧ୍ରପ୍ରଦେଶରେ 3637, ତେଲେଙ୍ଗାନା 2531, କର୍ଣ୍ଣାଟକରେ 2847, କେରଳରେ 1358 ଓ ଓଡିଶାରେ 1357 ରହିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 5751 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 1591, ମଧ୍ୟପ୍ରଦେଶରେ 486, ଦିଲ୍ଲୀରେ 1969, ଆନ୍ଧ୍ରପ୍ରଦେଶରେ 92, ତାମିଲନାଡୁରେ 625, କର୍ଣ୍ଣାଟକରେ 114 ଓ ତେଲେଙ୍ଗାନାରେ 195 ଜଣଙ୍କ ମୃତ୍ୟୁ ହୋଇଛି ।

06:33 June 19

ଦେଶରେ 3ଲକ୍ଷ 66ହଜାର କୋରୋନା ପଜିଟିଭ, ମୃତ୍ୟୁ ସଂଖ୍ୟା 12 ହଜାର ଟପିଲା

ଦେଶରେ 3ଲକ୍ଷ 66ହଜାର କୋରୋନା ପଜିଟିଭ, ମୃତ୍ୟୁ ସଂଖ୍ୟା 12 ହଜାର ଟପିଲା

ନୂଆଦିଲ୍ଲୀ: ଦେଶରେ ମୋଟ କୋରୋନା ପଜିଟିଭ ସଂଖ୍ୟା 3ଲକ୍ଷ 66ହଜାର 9ଶହ 46ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା 12ହଜାର 2ଶହ 37କୁ ବୃଦ୍ଧି ପାଇଛି । ମୋଟ 194325 ଜଣ ଡିସଚାର୍ଜ ହୋଇଥିବା ବେଳେ  160384ଟି ସକ୍ରିୟ ମାମଲା ରହିଛି । ଏନେଇ ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ମହାରାଷ୍ଟ୍ରରେ ସର୍ବାଧିକ 50057 ସକ୍ରିୟ ମାମଲା ରହିଥିବା ବେଳେ ଗୁଜୁରାଟରେ 6103, ଦିଲ୍ଲୀରେ 27741, ତାମିଲନାଡୁରେ 21993, ରାଜସ୍ଥାନରେ 2762, ମଧ୍ୟପ୍ରଦେଶରେ 2374, ଉତ୍ତରପ୍ରଦେଶରେ 5259, ଆନ୍ଧ୍ରପ୍ରଦେଶରେ 3340, ତେଲେଙ୍ଗାନା 2412, କର୍ଣ୍ଣାଟକରେ 2828, କେରଳରେ 1351 ଓ ଓଡିଶାରେ 1280 ରହିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 5651 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 1560, ମଧ୍ୟପ୍ରଦେଶରେ 482, ଦିଲ୍ଲୀରେ 1904, ଆନ୍ଧ୍ରପ୍ରଦେଶରେ 90, ତାମିଲନାଡୁରେ 576, କର୍ଣ୍ଣାଟକରେ 102 ଓ ତେଲେଙ୍ଗାନାରେ 192 ଜଣଙ୍କ ମୃତ୍ୟୁ ହୋଇଛି ।

Last Updated : Jun 19, 2020, 10:22 AM IST

ABOUT THE AUTHOR

...view details