ନୂଆଦିଲ୍ଲୀ: କୋରୋନା ଭାଇରସକୁ ରୋକିବାକୁ ସରକାରୀ ଡାକ୍ତରଖାନାକୁ 36 ହଜାର ଭେଣ୍ଟିଲେଟର ଯୋଗାଇ ଦିଆଯାଇଛି। ଏନେଇ ଆଜି(ଗୁରୁବାର) କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। କେବଳ ଗୁରୁତର କୋରୋନା ଆକ୍ରାନ୍ତଙ୍କ ପାଇଁ ଭେଣ୍ଟିଲେଟରର ଆବଶ୍ୟକତା ରହିଥାଏ। କୋରୋନା ଭୟାବହତାକୁ ଦୃଷ୍ଟିରେ ରଖି ଭେଣ୍ଟିଲେଟର ଆମଦାନୀ କରିବା ସହ ସ୍ବଦେଶୀ ଭେଣ୍ଟିଲେଟର ଉତ୍ପାଦନ ବଢ଼ାଇବାକୁ ଯୋଜନା ରଖାଯାଇଥିଲା। କୋରନା ସଂକ୍ରମଣ ଆରମ୍ଭ ବେଳେ ଦେଶରେ କେବଳ 16 ହଜାର ଭେଣ୍ଟିଲେଟର ରହିଥିଲା।
ସ୍ବଦେଶୀ ଉତ୍ପାଦିତ ଭେଣ୍ଟିଲେଟରର ମୂଲ୍ୟ କେବଳ 2ରୁ 10 ଲକ୍ଷ ଟଙ୍କା ରହିଛି। କୋରୋନା ସଂକ୍ରମଣ ବଢ଼ିବା ପରେ ଦେଶରେ ଭେଣ୍ଟିଲେଟର ଚାହିଦା ବଢ଼ିଥିଲା। ସାରା ବିଶ୍ବକୁ କୋରୋନା ଭାଇରସ କାୟା ବିସ୍ତାର କରିଥିବାରୁ ଏହି ସମୟରେ ଭେଣ୍ଟିଲେଟର ଆମଦାନୀ ସରକାରଙ୍କୁ ଅଧିକ ଟଙ୍କା ବ୍ୟୟ କରିବାକୁ ପଡ଼ିଥିଲା।