ହାଇଦ୍ରାବାଦ: ବିବାହ ଉତ୍ସବକୁ ଆସି ବରର 350 ଗ୍ରାମ ସୁନା ଚୋରି କରିନେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ତେଲେଙ୍ଗାନାର ନିଜମାବାଦ ଜିଲ୍ଲାରେ । ବର ମହାରାଷ୍ଟ୍ରର ହୋଇଥିବା ବେଳେ ସେ ସିଦ୍ଧିପେଟର ଏକ ଝିଅ ସହ ଗତକାଲି(ବୁଧବାର) ବିବାହ କରୁଥିଲେ । ତେବେ ବିବାହ କାର୍ଯ୍ୟ ଚାଲିଥିବା ବେଳେ ଦୁଇ ଯୁବକ ବିବାହ ମଞ୍ଚକୁ ଆସି ଅଳଙ୍କାର ରଖାଯାଇଥିବା ବ୍ୟାଗକୁ ନେଇ ଚମ୍ପଟ ମାରିଥିଲେ, ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା ।
ବିବାହକୁ ଆସି ସୁନା ଲୁଟି ନେଲେ ଦୁର୍ବୃତ୍ତ - Telangana
ବିବାହ ଉତ୍ସବକୁ ଆସି ବରର 350 ଗ୍ରାମ ସୁନା ଚୋରି କରିନେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ତେଲେଙ୍ଗାନାର ନିଜମାବାଦ ଜିଲ୍ଲାରେ । ଅଧିକ ପଢନ୍ତୁ...
![ବିବାହକୁ ଆସି ସୁନା ଲୁଟି ନେଲେ ଦୁର୍ବୃତ୍ତ ବିବାହ ଉତ୍ସବକୁ ଆସି 350 ଗ୍ରାମ ସୁନା ଚୋରି କରିନେଲେ ଦୁର୍ବୃତ](https://etvbharatimages.akamaized.net/etvbharat/prod-images/768-512-9986736-thumbnail-3x2-gold.jpg)
ବିବାହ ଉତ୍ସବକୁ ଆସି 350 ଗ୍ରାମ ସୁନା ଚୋରି କରିନେଲେ ଦୁର୍ବୃତ
ତେବେ ବ୍ୟାଗରେ 350 ଗ୍ରାମର ସୁନା ଥିବା ଜଣାପଡ଼ିଛି । ପରିବାର ଲୋକ ବ୍ୟାଗ ନ ପାଇବାରୁ ପୋଲିସକୁ ସୂଚନା ଦେଇଥିଲେ । ସିସିଟିଭି ଫୁଟେଜ ସାହାଯ୍ୟରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ