ଓଡିଶା

odisha

ETV Bharat / bharat

ପାନ ମସଲା ଖାଇବା ପାଇଁ ମେଡିକାଲରୁ ଆକ୍ରାନ୍ତ ଛୁ, ବୁଲିଲା ବନ୍ଧୁବାନ୍ଧବଙ୍କ ଘର - corona virus

କୋରୋନା କାଳରେ ଦୁର୍ବୁଦ୍ଧି। ଉତ୍ତରପ୍ରଦେଶର ଆଗ୍ରା ସହରର ଜଣେ କୋଭିଡ୍ ରୋଗୀ 'ପାନ ମସଲା' ଖାଇବା ପାଇଁ ଡାକ୍ତରଖାନାର ଆଇସୋଲେସନ ୱାର୍ଡରୁ ପଳାଇ ଅନେକ ଜୀବନ ପ୍ରତି ବିପଦ ସୃଷ୍ଟି କରିଛନ୍ତି।

ପାନ ମସଲା ଖାଇବା ପାଇଁ ମେଡିକାଲରୁ ଆକ୍ରାନ୍ତ 'ଛୁ' , ବୁଲିଲା ବନ୍ଧୁବାନ୍ଧଙ୍କ ଘର
ପାନ ମସଲା ଖାଇବା ପାଇଁ ମେଡିକାଲରୁ ଆକ୍ରାନ୍ତ 'ଛୁ' , ବୁଲିଲା ବନ୍ଧୁବାନ୍ଧଙ୍କ ଘର

By

Published : Jul 13, 2020, 9:00 AM IST

ଆଗ୍ରା: କୋରୋନା କାଳରେ ଦୁର୍ବୁଦ୍ଧି। ଭାଇରସର ବିସ୍ତାର ଦିନକୁ ଦିନ ହୁ ହୁ ହୋଇ ବଢୁଥିବା ବେଳେ କିଛି ଲୋକଙ୍କ ନଖରାମୀ କମୁନି। ତେବେ ସଂକ୍ରମିତଙ୍କ ଚିକିତ୍ସା ପାଇଁ ସରକାର ପାରୁପର୍ଯ୍ୟନ୍ତ ଚେଷ୍ଟା କରୁଥିବା ବେଳେ କିଛି ଲୋକ ମେଡିକାଲରୁ ଖସି ପଳାଉଥିବା ବେଳେ ଆଉ କିଛି ନିୟମ ନମାନି ବାହାରେ ବୁଲୁଛନ୍ତି। ପୂର୍ବରୁ ଏହିପରି ଘଟଣା ନଜିର ରହିଥିବା ବର୍ତ୍ତମାନ ଏକ ଅଭାବନୀୟ ଘଟଣା ୟୁପିରୁ ସାମନାକୁ ଆସିଛି।

ଉତ୍ତରପ୍ରଦେଶର ଆଗ୍ରା ସହରର ଜଣେ କୋଭିଡ୍ ରୋଗୀ 'ପାନ ମସଲା' ଖାଇବା ପାଇଁ ଡାକ୍ତରଖାନାର ଆଇସୋଲେସନ ୱାର୍ଡରୁ ଖସି ପଳାଇ ଅନେକ ଜୀବନ ପ୍ରତି ବିପଦ ସୃଷ୍ଟି କରିଛନ୍ତି। 35 ବର୍ଷିୟ ଏହି ରୋଗୀ ଜଣକ ଶନିବାର ଦିନ ସନ୍ଧ୍ୟାରେ ଏସଏନ ​​ମେଡିକାଲ କଲେଜରୁ ପଳାଇ ଆସିଥିଲେ।

ବ୍ୟକ୍ତି ଜଣକ ଏକ ଘଣ୍ଟାରୁ ଅଧିକ ସମୟ ନିଖୋଜ ରହିଥିଲେ ଏବଂ ପରେ ତାଙ୍କୁ ସଙ୍ଗରୋଧକୁ ଅଣାଯାଇଥିଲା। ଏହି ସମୟ ମଧ୍ୟରେ ରୋଗୀ ଜଣକ ତାଙ୍କ ବନ୍ଧୁ ଓ ସମ୍ପର୍କୀୟଙ୍କ ଘରକୁ ମଧ୍ୟ ଯାଇଛନ୍ତି।

ତେବେ ଗାର୍ଡ ନଥିବା ବେଳେ ସୁବିଧା ଦେଖି ବ୍ୟକ୍ତିଜଣକ ୱାର୍ଡରୁ ଖସି ପଳାଇଥିଲେ। ଲକଡାଉନ ଯୋଗୁଁ ଡାକ୍ତରଖାନା ପରିସରରେ ସମସ୍ତ ପାନ ଦୋକାନ ବନ୍ଦ ରହିଥିଲା। ଏହାପରେ ବ୍ୟକ୍ତି ଜଣକ ପାନ ଖାଇବା ପାଇଁ ଗାନ୍ଧୀନଗର ଯାଇଥିଲେ। ସେଠାରୁ ପାନ ଖାଇସାରି ତାଙ୍କ ବନ୍ଧୁଙ୍କ ସମ୍ପର୍କୀୟଙ୍କ ଘରକୁ ଯାଇ ସେଠାରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନା ନେବାକୁ ଅନୁରୋଧ କରିଥିଲେ।

ବ୍ୟକ୍ତି ଜଣକର ଏପରି କାଣ୍ଡକାରନାମାକୁ ଦେଖି ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କୁ ମାନସିକ ବିକୃତ ବୋଲି କହିଛନ୍ତି। ଘଟଣାକୁ ନେଇ ଡାକ୍ତରଖାନା ପକ୍ଷରୁ ପୋଲିସକୁ ସୂଚନା ଦିଆଯାଇଥିଲା ଏବଂ ନିଖୋଜ ରୋଗୀଙ୍କୁ ଖୋଜିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ABOUT THE AUTHOR

...view details