ନୂଆଦିଲ୍ଲୀ: ଭାରତରେ ପ୍ରତ୍ୟେକ ଦିନ ରେକର୍ଡ କରୁଛି କୋରୋନା ଭାଇରସ । ଦେଶରେ ଲକଡାଉନ କୋହଳ ହେବା ପରଠାରୁ ପ୍ରତ୍ୟେକ ଦିନ ଏହି ସଂଖ୍ୟାରେ ବୃଦ୍ଧି ପାଉଛି । ଯାହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଆଉ ଏବେ କେତେକ ରାଜ୍ୟରେ ପୁଣିଥରେ ଲକଡାଉନକୁ କଡାକଡି କରାଯାଉଥିବା ଦେଖିବାକୁ ମିଳିଛି ।
ସ୍ବାସ୍ଥ୍ୟ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ ଦେଶରେ ସର୍ବାଧିକ 34 ହଜାର 884ଟି ପଜିଟିଭି ରିପୋର୍ଟ ହୋଇଛି । ଏଥିରେ 671 ଜଣଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ଶନିବାର ସକାଳ ସୁଦ୍ଧା 10 ଲକ୍ଷ ପାର କରିଛି ଏହି ସଂକ୍ରମଣ ସଂଖ୍ୟା । ସେଥିମଧ୍ୟରୁ 26 ହଜାର 273 ଜଣଙ୍କର ମୃତ୍ୟୁ ହୋଇଛି । 6 ଲକ୍ଷ 53 ହଜାର 751 ଜଣ ସୁସ୍ଥ ହୋଇଥିବାବେଳେ, ବର୍ତ୍ତମାନ 3 ଲକ୍ଷ 58 ହଜାର 692ଟି ମାମଲା ସକ୍ରିୟ ରହିଛି ।