ପୁଣେ: ଦେଶରେ କାୟା ବିସ୍ତାର କରିବାରେ ଲାଗିଛି କୋରୋନା । ଏନେଇ ସାରା ଭାରତ ହୋଇଛି ଲକଡାଉନ । ତେବେ କୋରୋନା ସଂକ୍ରମଣରେ ସବୁଠାରୁ ଅଧିକ କ୍ଷତି ସହିଛି ମହାରାଷ୍ଟ୍ର । ଦେଶର ପ୍ରଥମ ରାଜ୍ୟ ଭାବେ ଏଠାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1000 ପାର କରିଥିଲା ।
ସେହିପରି ମହାରାଷ୍ଟ୍ରର ପୁଣେ କୋଭିଡ 19 ଦ୍ବାରା ଅଧିକ ପ୍ରଭାବିତ ହୋଇଛି । ସୋମବାର କୋରୋନାରେ ଏଠାରେ ଆଉ 2 ଜଣଙ୍କର ମୃତ୍ୟୁ ହୋଇଛି । ଜଣେ 40 ବର୍ଷୀୟ ପୁରୁଷ ଏବଂ 50 ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।