ଓଡିଶା

odisha

ETV Bharat / bharat

ଆଇଏମଏ ପାସିଂ ଆଉଟ ପରେଡ : ଭାଙ୍ଗିଲା ଅନେକ ପରମ୍ପରା

IMA ର ପାସିଂ ପରେଡରେ 423 ଜେଣ୍ଟେଲମେନ କ୍ୟାଡେଟ ଅନ୍ତର୍ଭୁକ୍ତ ହେବେ । କିଛି ନୂତନ ପରମ୍ପରା ଗ୍ରହଣ କରାଯାଉଥିବାବେଳେ IMA ଇତିହାସରେ ଅନେକ ପରମ୍ପରା ଭାଙ୍ଗିଛି । ଅଧିକ ପଢନ୍ତୁ...

IMA ଇତିହାସରେ ଭାଙ୍ଗିଲା ଅନେକ ପରମ୍ପରା
IMA ଇତିହାସରେ ଭାଙ୍ଗିଲା ଅନେକ ପରମ୍ପରା

By

Published : Jun 13, 2020, 8:44 AM IST

Updated : Jun 13, 2020, 9:08 AM IST

ଡେରାଡୁନ: ଭାରତୀୟ ସାମରିକ ଏକାଡେମୀ (IMA) 88 ବର୍ଷର ଗୌରବମୟରେ ଆଜି ଏକ ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛି । କୋରୋନା ମହାମାରୀ ପାଇଁ ଆଜି ବଦଳିଲା ଆଇଏମଏର ପରମ୍ପରା । କିଛି ପରିବର୍ତ୍ତନ ହେଇଛି ଆଉ କିଛି ନୂଆ ଯୋଡି ହୋଇଛି ଚଳିତ ବର୍ଷର ଭାରତୀୟ ସାମଗିକ ଏକାଡେମୀର ପାସିଂ ଆଉଟ ପରେଡରେ ।

ପ୍ରଥମ ଥର ପାଇଁ IMAର ଏହି ଉତ୍ସବ କେବଳ ରୀତିନୀତିରେ ସୀମିତ ରହିବ । ପାସିଂ ଆଉଟ ପରେଡରେ କ୍ୟାଡରଙ୍କ ପରିବାର ବର୍ଗଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ । ଏଥିରେ 423 ଜେଣ୍ଟେଲମେଣ୍ଟ କ୍ୟାଡେଟଙ୍କ ସହ 333 ଭାରତୀୟ କ୍ୟାଡେଟ ଓ 90 ବିଦେଶ କ୍ୟାଡେଟ ସାମିଲ ହେବେ ।

333 ସାହସୀ ଭାରତୀୟ ସାମରିକ ଏକାଡେମୀ ଦେଇ ଭାରତୀୟ ସେନାରେ ଅଧିକାରୀ ହେବେ । ପାସିଂ ଆଉଟ ପରେଡରେ ଭାରତ ତଥା ବିଦେଶରୁ ବହୁ ସଂଖ୍ୟକ ଯୁବକ କ୍ୟାଡେଟ ପାସ ହୋଇଛନ୍ତି । କେବଳ କ୍ୟାଡେଟଙ୍କ ପରିବାର ନୁହେଁ ଦେଶ ତଥା ବିଦେଶର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଏହି ପ୍ୟାରେଡରେ ଅଂଶଗ୍ରହଣ କରିଥାନ୍ତି କିନ୍ତୁ କୋରୋନା ସଙ୍କଟ ହେତୁ ପ୍ରଥମ ଥର ପାଇଁ POP ଅଧୀନରେ ବିଭିନ୍ନ କାର୍ଯ୍ୟକଳାପ ସୀମିତ ରହିଲା । ଆଜି ଅନୁଷ୍ଠିତ ହେବାକୁ ଥିବା ପାସିଂ ଆଉଟ ପରେଡ୍ ଗ୍ୟାଲେରୀ ସମ୍ପୂର୍ଣ୍ଣ ଖାଲି ରହିବ । ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ପରିବାର ଘରେ ବସିଥିବା ପିଲାମାନଙ୍କ ପରେଡ ଦେଖିପାରିବେ ।

କେଉଁ କେଉଁ ପରମ୍ପରା ଭାଙ୍ଗିଲା

1. ଆଇଏମଏରେ କଠିନ ପ୍ରଶିକ୍ଷଣ ପରେ ଖୁସି ଓ ଭାବୁକ ମୁହୂର୍ତ୍ତ ହେଉଛି,ଯେତେବେଳେ ସେନା ବର୍ଦ୍ଦିରେ ନିଜ ପରିବାର ଲୋକେ ରାଙ୍କ ଲଗାନ୍ତି । ଏହା ପ୍ରଥମ ଥର ପିପିଂ ସମାରୋହରେ ଅଫିସରମାନେ ଜେଣ୍ଟେଲମେନ କ୍ୟାଡରଙ୍କ ସେନା ପୋଷାକରେ ରାଙ୍କ ଲଗାଇ ସେମାନଙ୍କ ପରିବାର ଭୂମିକାକୁ ପୂରଣ କରିବେ ।

2. ଏଥର ଜେଣ୍ଟେଲମେନ କ୍ୟାଡର ଚାଟଉଡ ବିଲଡିଂରୁ ଶେଷ ପଗ ବାହାର କରି

ନିଜ କ୍ୟାରିୟରର ପ୍ରଥମ 'ପଗ' କୁ ଯିବେ । ଶେଷ ପଗ ପରେ ପାସ ଆଉଟ ଅଧିକାରୀଙ୍କୁ ସେମାନଙ୍କ ରେଜିମେଣ୍ଟରେ ପୋଷ୍ଟ କରାଯିବ ।

3.ଏହା ସହିତ ପାସିଂ ଆଉଟ ପରେଡ କ୍ୟାଡେରରେ ହେଲିକପ୍ଟରେ ଫୁଲ ପକାଇ ସମ୍ବର୍ଦ୍ଧନା କରାଯିବ ନା ନାହିଁ ତାହା ମଧ୍ୟ ସ୍ପଷ୍ଟ ନାହିଁ । ଆଇଏମଏର ପାସିଂ ଆଉଟ ପରେଡରେ ପିପିଂ ସମାରୋହରେ ଶପଥ ନେବା ପରେ କ୍ୟାଡେଟ ଦ୍ବାରା ପୁସଅପ୍ ମାଧ୍ୟମରେ ପରସ୍ପରକୁ ଉତ୍ସାହିତ କରିବାର ଦୃଶ୍ୟ ଭିନ୍ନ ଅଟେ । ବୋଧହୁଏ କୋରୋନା ଭୂତାଣୁ ଓ ସାମାଜିକ ଦୂରତା ହେତୁ ଏହା ମଧ୍ୟ ବାଦ ପଡିପାରେ ।

4. ଚଳିତ ବର୍ଷ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଥିବା କମ୍ପାନୀ ଓ କ୍ୟାଡେଟଙ୍କୁ ମେଡାଲ ଛୁଇଁବାକୁ ଅନୁମତି ମିଳିବ ନାହିଁ ।

କଣ କହେ ଇତିହାସ

1932 ମସିହା ଅକ୍ଟୋବର 1 ରେ 40 କ୍ୟାଡେଟଙ୍କ ସହିତ ଆଇଏମଏର ସ୍ଥାପନା କରାଯାଇଥିଲା । 1934ରେ ଭାରତୀୟ ସାମରିକ ଏକାଡେମୀର ପ୍ରଥମ ବ୍ୟାଚ ଥିଲା । 1971ରେ ଭାରତ-ପାକିସ୍ତାନ ଯୁଦ୍ଧର ନାୟକ ମଧ୍ୟ ଭାରତୀୟ ସେନାର ପ୍ରଥମ ଫିଲ୍ଡ ମାର୍ଶଲ ଜେନେରାଲ ସୌମ ମାନେକ୍ସା ମଧ୍ୟ ଏକାଡେମୀର ଛାତ୍ର ରହିଥିଲେ । ଏହି ଆଇଏମଏରୁ ଦେଶ ବିଦେଶର ସେନା 62 ହଜାର 139 ଯୁବ ଅଫିସରଙ୍କୁ ଗ୍ରହଣ କରିଛି । ଏଥିରେ ବନ୍ଧୁପୂର୍ଣ୍ଣ ଦେଶ ମଧ୍ୟରେ 2413ଟି ଯୁବ ଅଫିସର ସାମିଲ ଅଛନ୍ତି । ଆଇଏମଏ ପ୍ରତିବର୍ଷ ଜୁନ କିମ୍ବା ଡିସେମ୍ବର ମା,ରେ ପାସିଂ ଆଉଟ ପରେଡ ଆୟୋଜନ କରିଥାଏ ।

କେଉଁ ରାଜ୍ୟରୁ କେତେ କ୍ୟାଡେଟ ସାମିଲ

ଭାରତୀୟର ସେନାର 333 ସାହାସୀ ସେନା ମିଳିବାକୁ ଯାଉଛି ।ଉତ୍ତରପ୍ରଦେଶରୁ66ଟି, ହରିୟାଣାରୁ 39, ଉତ୍ତରାଖଣ୍ଡରୁ 31, ବିହାରରୁ 31, ପଞ୍ଜାବରୁ 25, ମହାରାଷ୍ଟ୍ର 18, ହିମାଚଳପ୍ରଦେଶର 14, ଓଡିଶା 2 , ଗୁଜରାଟ 8 ଏଭଳି ଅନେକ ରାଜ୍ୟ ସାମିଲ ରହିଛି ।

Last Updated : Jun 13, 2020, 9:08 AM IST

ABOUT THE AUTHOR

...view details