ଓଡିଶା

odisha

ETV Bharat / bharat

ଦେଶରେ 24 ଘଣ୍ଟାରେ 3320 କୋରୋନା ପଜିଟିଭ, 95 ମୃତ୍ୟୁ ରେକର୍ଡ - ଭାରତ କୋରୋନା ଅପଡେଟ

ଦେଶର 24 ଘଣ୍ଟାରେ 3320 କୋରୋନା ପଜିଟିଭ, 95 ମୃତ୍ୟୁ ରେକର୍ଡ
ଦେଶର 24 ଘଣ୍ଟାରେ 3320 କୋରୋନା ପଜିଟିଭ, 95 ମୃତ୍ୟୁ ରେକର୍ଡ

By

Published : May 9, 2020, 10:56 AM IST

10:29 May 09

ଦେଶରେ 24 ଘଣ୍ଟାରେ 3320 କୋରୋନା ପଜିଟିଭ, 95 ମୃତ୍ୟୁ ରେକର୍ଡ

ଦେଶର 24 ଘଣ୍ଟାରେ 3320 କୋରୋନା ପଜିଟିଭ, 95 ମୃତ୍ୟୁ ରେକର୍ଡ

ନୂଆଦିଲ୍ଲୀ: ଦେଶରେ ଗତ 24 ଘଣ୍ଟା ମଧ୍ୟରେ 3320 କୋରୋନା ପଜିଟିଭ ଓ 95ଟି ମୃତ୍ୟୁ ରେକର୍ଡ କରାଯାଇଛି । ଫଳରେ ଦେଶର ମୋଟ ପଜିଟିଭ ସଂଖ୍ୟା 59662କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା 1981ରେ ପହଞ୍ଚିଛି । ସେହିପରି ବର୍ତ୍ତମାନ ସୁଦ୍ଧା 39834 ଜଣ ଚିକିତ୍ସିତ ହେଉଥିବା ବେଳେ 17847 ଜଣ ସୁସ୍ଥ ହୋଇଥିବା ଜଣାପଡିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ମହାରାଷ୍ଟ୍ରରେ ସର୍ବାଧିକ 19063 ଜଣ କୋରୋନା ପଜିଟିଭ ଚିହ୍ନଟ କରାଯାଇଥିବା  ବେଳେ ଗୁଜୁରାଟରେ 7402, ଦିଲ୍ଲୀରେ 6318, ତାମିଲନାଡୁରେ 6009, ରାଜସ୍ଥାନରେ 3579, ଉତ୍ତରପ୍ରଦେଶରେ 3214, ଆନ୍ଧ୍ରପ୍ରଦେଶରେ 1887,  ତେଲେଙ୍ଗାନା 1133, କର୍ଣ୍ଣାଟକରେ 753 ଓ କେରଳରେ 503 ରହିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 731 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 449, ମଧ୍ୟପ୍ରଦେଶରେ 200, ଦିଲ୍ଲୀରେ 68, ଆନ୍ଧ୍ରପ୍ରଦେଶରେ 41, ତାମିଲନାଡୁରେ 40, କର୍ଣ୍ଣାଟକରେ 30 ଓ ତେଲେଙ୍ଗାନାରେ 29 ଜଣଙ୍କ ମୃତ୍ୟୁ ହୋଇଛି ।

ABOUT THE AUTHOR

...view details