ବେଙ୍ଗାଲୁରୁ: ବିଦେଶରେ ଫସିଥିବା 325 କାନାଡିୟାନ ବେଙ୍ଗାଲୁରୁରେ ପହଞ୍ଚିଲେ । କୋରୋନା ଭାଇରସକୁ କାରଣରୁ ଲଣ୍ଡନରେ ଫସିଥିବା 325 କାନାଡା ନାଗରିକ ଭୋର 4.20 ସମୟରେ ବିମାନ ଯୋଗେ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦର ପହଞ୍ଚିଛନ୍ତି ।
ତେବେ ଯାତ୍ରୀମାନେ ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କର ସ୍କ୍ରିନିଂ ବାଧ୍ୟତାମୂଳକ କରାଯାଇଥିବା ବେଳେ ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ହୋଟେଲରେ ଏକ 14 ଦିନିଆ କ୍ବାରେଣ୍ଟିନ ବ୍ୟବସ୍ଥା କରାଯାଇଛି । ଏଥିସହ ଯାତ୍ରୀମାନଙ୍କୁ ସେମାନଙ୍କ ପସନ୍ଦ ମୁତାବକ ହୋଟେଲ ଚୟନ ପାଇଁ ସୁବିଧା ଦିଆଯାଇଛି । ଏଥିସହ ବିଏମଟିସି ବସ୍ରେ 20 ଜଣ ଲୋକଙ୍କୁ ହୋଟେଲକୁ ନେବା ପାଇଁ ବ୍ୟବସ୍ଥା କରାଯାଇଛି।