ନୂଆଦିଲ୍ଲୀ: ଦେଶରେ କମିବାର ନାଁ ଧରୁନି କୋରୋନା ସଂକ୍ରମଣ । ଭାରତରେ ମହାମାରୀ ବ୍ୟାପିବାର ପ୍ରାୟ 1 ବର୍ଷ ଛୁଇଁବାକୁ ଥିବାବେଳେ, 30 ହଜାରରୁ ଅଧିକ ପଜିଟିଭ ସଂଖ୍ୟା ରିପୋର୍ଟ ହେଉଛି। ଯାହା ଚିନ୍ତାର କାରଣ ପାଲଟିଛି ।
24 ଘଣ୍ଟାରେ ଦେଶରେ 32080 କୋରୋନା ପଜିଟିଭ ଚିହ୍ନଟ, 402 ମୃତ - ଭାରତ କୋରୋନା ଖବର
ବିଶ୍ବବ୍ୟାପୀ ତାଣ୍ଡବ ରଚିଥିବା କୋରୋନା ଭାଇରସ ଭାରତରେ ମଧ୍ୟ ଏବେ ସୁଦ୍ଧା ତାର ପ୍ରକୋପ ଜାରି ରଖିଛି । ଦୈନିକ ଆସୁଛି 30 ହଜାରରୁ ଅଧିକ ରିପୋର୍ଟ।
24 ଘଣ୍ଟାରେ ଦେଶରେ 32,080 କୋରୋନା ପଜିଟିଭ ଚିହ୍ନଟ, 402 ମୃତ
କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ 32 ହଜାର 080 ଟି କେସ ସାମ୍ନାକୁ ଆସିଛି । ଯେଉଁଥିରେ 402 ଜଣଙ୍କର ମୃତ୍ୟୁ ହୋଇଛି। ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଭାରତରେ 97 ଲକ୍ଷ 35 ହଜାର 850ରେ ପହଞ୍ଚିଛି ସଂକ୍ରମିତଙ୍କ ସଂଖ୍ୟା ।
ଯେଉଁଥିରେ 92 ଲକ୍ଷ 15 ହଜାର 581 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ, 3 ଲକ୍ଷ 78 ହଜାର 909 ଜଣ ଦେଶର ବିଭିନ୍ନ କୋଭିଡ ସେଣ୍ଟରରେ ଚିକିତ୍ସାଧୀନ ଅଛନ୍ତି। ମୋଟ 1 ଲକ୍ଷ 41 ହଜାର 360 ଜଣଙ୍କର ମୃତ୍ୟୁ ହୋଇଛି ।