ରାୟପୁର: ଛତିଶଗଡ଼ର ଦନ୍ତେଓ୍ବାଡା ଜିଲ୍ଲାରେ 32 ନକ୍ସଲଙ୍କ ଆତ୍ମସମର୍ପଣ । ଜିଲ୍ଲା ପୋଲିସର 'ଲୋନ ଭର୍ରାଟୁ' ଅଭିଯାନରେ ଅଭିପ୍ରାଣିତ ହୋଇ ସେମାନଙ୍କ ମୁଣ୍ଡରେ ଘୋଷିତ ପୁରସ୍କାର ରାଶି ଗ୍ରହଣ କରି ବରସୁର ପୋଲିସ ଷ୍ଟେସନରେ ସମସ୍ତେ ଆତ୍ମସମର୍ପଣ କରିଛନ୍ତି । 32 ନସ୍କଲଙ୍କ ମଧ୍ୟରେ 10 ମହିଳା ରହିଛନ୍ତି । ଏନେଇ ରବିବାର ଦନ୍ତେଓ୍ବାଡାର ଆରକ୍ଷୀ ଅଧିକ୍ଷକ ଅଭିଷେକ ପଲ୍ଲଭଙ୍କ ପକ୍ଷରୁ ସୂଚନା ମିଳିଛି ।
ପୂର୍ବରୁ 'ଲୋନ ଭର୍ରଟୁ' ଅଭିଯାନରେ ପ୍ରତ୍ୟେକ ଗାଁରେ ନକ୍ସଲମାନଙ୍କ ବ୍ୟାନର ଲଗାଇ ଲଗାତାର ଆତ୍ମସମର୍ପଣ କରିବା ପାଇଁ ଆବେଦନ କରାଯାଉଥିଲା । ପ୍ରତ୍ୟେକ ପିଛା 1 ଲକ୍ଷ ଟଙ୍କା ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିଲା ।
ସୂଚନା ଅନୁଯାୟୀ, 32 ନକ୍ସଲଙ୍କ ମଧ୍ୟରୁ 19 ଜଣ ବକେଲି ଗାଁର ହୋଇଥିବା ବେଳେ 4 ଜଣ କୋରକୋଟି ଏବଂ ଉଡେନାର, ତୁମୁରିଗୁଣ୍ଡା, ମତାସି ଗାଁରୁ ତିନି ଜଣ ଲେଖାଁଏ ଅଟନ୍ତି । ସୁରକ୍ଷା ଦୃଷ୍ଟିରୁ ପୋଲିସ ସେମାନଙ୍କ ପରିଚୟ ପ୍ରକାଶ କରିନାହିଁ । ପୋଲିସ ଟିମ ଓ ପୁଲିଙ୍ଗ ପାର୍ଟି ଉପରେ ଆକ୍ରମଣ ଏବଂ ବିଭିନ୍ନ ବିସ୍ପୋରଣ ମାମଲାରେ ଏହି ନସ୍କଲମାନେ ସଂପୃକ ରହିଥିବା ଏସପି କହିଛନ୍ତି ।