ହାଇଦ୍ରାବାଦ: ଥମିବାର ନାଁ ଧରୁନି ଭାରତରେ କୋରୋନା ସଂକ୍ରମଣ ମାମଲା । ପ୍ରତ୍ୟେକ ଦିନ ଏହି ସଂଖ୍ୟାରେ ବୃଦ୍ଧି ପାଇବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ 24 ଘଣ୍ଟାରେ 14 ହଜାର 933ଟି ନୂଆ ପଜିଟିଭ ମାମଲା ରିପୋର୍ଟ ହୋଇଛି । ସେହପରି ଏଥିରେ 312 ଜଣଙ୍କର ମୃତ୍ୟୁ ହୋଇଛି ।
କୋରୋନା ଅପଡେଟ: ଦେଶରେ ବଢୁଛି ସଂକ୍ରମଣ, 24 ଘଣ୍ଟାରେ 312 ମୃତ - 14933 new COVID19 positive cases reported in India in last 24 hrs
ଭାରତରେ 4 ଲକ୍ଷ 40 ହଜାରରୁ ଊର୍ଦ୍ଧ୍ବ ପାର କରିଛି କୋରୋନା ସଂକ୍ରମଣ ସଂଖ୍ୟା । ସୁସ୍ଥ ହୋଇଛନ୍ତି 2 ଲକ୍ଷ 48 ହଜାର 190 । ଅଧିକ ପଢନ୍ତୁ...
ଯାହାକୁ ନେଇ ବର୍ତ୍ତମାନ ଦେଶରେ ମୋଟ 4 ଲକ୍ଷ 40 ହଜାର 215ଟି ପଜିଟିଭ ମାମଲା ରିପୋର୍ଟ ହୋଇଛି । ସେଥିମଧ୍ୟରୁ 14 ହଜାର 11 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 2 ଲକ୍ଷ 48 ହଜାର 190 ଜଣ ସୁସ୍ଥ ହୋଇଛନ୍ତି । ଏହା ବାଦ 1 ଲକ୍ଷ 78 ହଜାର 14ଟି ମାମଲା ସକ୍ରିୟ ରହିଛି ।
ଦେଶର ସବୁଠୁ ଅତ୍ୟଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ 61 ହଜାରରୁ ଅଧିକ ସଂକ୍ରମଣ ମାମଲା ରହିଛି । ଏହା ପରେ ଦ୍ୱିତୀୟ ସ୍ଥାନରେ ଦିଲ୍ଲୀ, 3ୟରେ ତାମିଲନାଡୁ, ଚତୁର୍ଥ ସ୍ଥାନରେ ଗୁଜୁରାଟ ଏବଂ ପଶ୍ଚିମବଙ୍ଗ 5ମ ସ୍ଥାନରେ ରହିଛି । ଏହି 5ଟି ରାଜ୍ୟ କୋରୋନା ଦ୍ବାରା ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ।