ତେହରନ୍: ଇରାନର ତେହରିନରୁ 310 ଭାରତୀୟ ପର୍ଯ୍ୟଟକ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି । ଏହି ସମସ୍ତ ପର୍ଯ୍ୟଟକ ଲଦାଖର । ନୂଆଦିଲ୍ଲୀରେ ପହଞ୍ଚିବା ପରେ ସମସ୍ତଙ୍କୁ ସ୍ବତନ୍ତ୍ର ବିମାନ ଯୋଗେ ଲେହ ନିଆଯିବ । ଇରାନରେ ଥିବା ଭାରତୀୟ ଦୂତାବାସ ଟ୍ବିଟ କରି ସୂଚନା ଦେଇଛି ।
ବନ୍ଦେ ଭାରତ ମିଶନ: ତେହରିନରୁ ଭାରତ ଆସୁଛନ୍ତି 310 ପର୍ଯ୍ୟଟକ - ବନ୍ଦେ ଭାରତ ମିଶନ
ଇରାନର ତେହରିନରୁ 310 ଭାରତୀୟ ପର୍ଯ୍ୟଟକ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି । ଏହି ସମସ୍ତ ପର୍ଯ୍ୟଟକ ଲଦାଖର । ନୂଆଦିଲ୍ଲୀରେ ପହଞ୍ଚିବା ପରେ ସମସ୍ତଙ୍କୁ ସ୍ବତନ୍ତ୍ର ବିମାନ ଯୋଗେ ଲେହ ନିଆଯିବ ।

ତେହରିନରୁ ଭାରତ ଆସୁଛନ୍ତି 310 ପର୍ଯ୍ୟଟକ
ଶନିବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ ଆଜି ପର୍ଯ୍ୟନ୍ତ ‘ବନ୍ଦେ ଭାରତ’ ମିଶନ ଅଧୀନରେ 13 ହଜାରରୁ ଅଧିକ ଲୋକ ଭାରତ ଫେରି ଆସିଛନ୍ତି।
ଅନ୍ୟ ଦେଶରେ ଫସିଥିବା ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ମେ 7ରୁ ଆରମ୍ଭ ହୋଇଛି ବନ୍ଦେ ଭାରତ ମିଶନ । ଦ୍ବିତୀୟ ପର୍ଯ୍ୟାୟରେ ମେ 16ରେ ଦୁବାଇ ଓ ଆବୁଧାବିକୁ ଆଉ 3ଟି ଏୟାର ଇଣ୍ଡିଆ ବିମାନ ପଠାଯାଇଛି । ବନ୍ଦେ ଭାରତ ମିଶନର ଦ୍ବିତୀୟ ପର୍ଯ୍ୟାୟରେ 40 ଟି ଦେଶରୁ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଫିଡର୍ ବିମାନ ସମେତ ମୋଟ 149 ବିମାନ ଚଳାଚଳ କରାଯିବ।