ଓଡିଶା

odisha

ETV Bharat / bharat

ଦେଶରେ କମୁଛି ସଂକ୍ରମଣ, ଗୋଟିଏ ଦିନରେ 30 ହଜାର ଆକ୍ରାନ୍ତ - india corona update

ଭାରତରେ ଧିରେ ଧିରେ ସୁଧୁରୁଛି କୋରୋନା ସ୍ଥିତି । 98,26,775ରେ ପହଞ୍ଚିଛି କୋରୋନା ସଂକ୍ରମଣ ସଂଖ୍ୟା । ଅଧିକ ପଢନ୍ତୁ...

ଦେଶରେ କମୁଛି କୋରୋନା ସଂକ୍ରମଣ, ଗୋଟିଏ ଦିନରେ 30 ହଜାର ଆକ୍ରାନ୍ତ
ଦେଶରେ କମୁଛି କୋରୋନା ସଂକ୍ରମଣ, ଗୋଟିଏ ଦିନରେ 30 ହଜାର ଆକ୍ରାନ୍ତ

By

Published : Dec 12, 2020, 9:55 AM IST

ନୂଆଦିଲ୍ଲୀ: କୋରୋନା ସଂକ୍ରମିତ ଦେଶ ମଧ୍ୟରେ ପ୍ରଥମେ ଆମେରିକା ପରେ ଦ୍ବିତୀୟରେ ଭାରତ ରହିଛି । ଗତ କିଛି ଦିନ ଭିତରେ କୋରୋନାର ସର୍ବାଧିକ ସଂକ୍ରମଣ ମାମଲା ଆମେରିକା, ବ୍ରାଜିଲ, ତୁର୍କି ପରେ ଭାରତରେ ରିପୋର୍ଟ ହୋଇଛି । ଏମିତି ସମୟ ଥିଲା ଦେଶରେ ଦୈନିକ 90 ହଜାରରୁ ଅଧିକ ସଂକ୍ରମଣ ମାମଲା ରିପୋର୍ଟ ହେଉଥିଲା । ଯାହା ଏବେ ହ୍ରାସ ପାଇ 30 ହଜାରରେ ପହଞ୍ଚିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ସୂଚନା ମୁତାବକ, ଗତ 24 ଘଣ୍ଟାରେ ଦେଶରେ 30 ହଜାରରୁ 005 ସଂକ୍ରମଣ ମାମଲା ରିପୋର୍ଟ ହୋଇଛି। ସେଥିରୁ 442 ଜଣଙ୍କର ମୃତ୍ୟୁ ହୋଇଛି। ନୂଆ ସଂକ୍ରମଣ ସଂଖ୍ୟାକୁ ମିଶାଇ ବର୍ତ୍ତମାନ ମୋଟ ପଜିଟିଭ ସଂଖ୍ୟା 98 ଲକ୍ଷ 26 ହଜାର 775ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା 1 ଲକ୍ଷ 42 ହଜାର 628ରେ ପହଞ୍ଚିଛି।

ଅନ୍ୟପଟେ ମୋଟ ସଂକ୍ରମିତଙ୍କ ମଧ୍ୟରୁ 93 ଲକ୍ଷ 24 ହଜାର 328ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ, ଶୁକ୍ରବାର ଗୋଟିଏ ଦିନରେ 33 ହଜାର 494ଜଣ ଡିସଚାର୍ଜ ହୋଇଛନ୍ତି । ତେବେ ମୋଟ 3 ଲକ୍ଷ 59 ହଜାର 819 ଜଣ ସଂକ୍ରମିତ ଦେଶର ବିଭିନ୍ନ କୋଭିଡ କେୟାରରେ ଚିକିତ୍ସାଧୀନ ଅଛନ୍ତି ।

ABOUT THE AUTHOR

...view details