ଓଡିଶା

odisha

ETV Bharat / bharat

କୋଭିଡ 19 କଟକଣା ଭାଙ୍ଗି ମଦୁରାଇରେ 3000 ମାମଲା ରୁଜୁ - ଲକଡାଉନ ଉଲ୍ଲଙ୍ଘନ

ତାମିଲନାଡୁ ମଦୁରାଇରେ ପୋଲିସ ଏପର୍ଯ୍ୟନ୍ତ ମୋଟ 3000ଟି ମାମଲା ରୁଜୁ କରିଛି । କୋରୋନା ଭାଇରସ ଯୋଗୁଁ ଜାରି ଲକଡାଉନ ଉଲ୍ଲଙ୍ଘନ ଯୋଗୁଁ ଏପରି ମାମଲା ରୁଜୁ ହୋଇଛି । ଅଧିକ ପଢନ୍ତୁ...

ତାଗିଦ ସତ୍ତ୍ବେ ସୁଧୁରୁନାହାନ୍ତି ଲୋକେ, ମଦୁରାଇରେ 3000 ମାମଲା ରୁଜୁ
ତାଗିଦ ସତ୍ତ୍ବେ ସୁଧୁରୁନାହାନ୍ତି ଲୋକେ, ମଦୁରାଇରେ 3000 ମାମଲା ରୁଜୁ

By

Published : Apr 16, 2020, 9:21 AM IST

ମଦୁରାଇ: ସରକାରଙ୍କ କଡା ତାଗିଦ ସତ୍ତ୍ବେ ଅମାନିଆ ଲୋକେ । ମାନୁନାହାନ୍ତି ଲକଡାଉନ କଟକଣା । ପ୍ରତିଦିନ ହଜାର ହଜାର ଲୋକଙ୍କ ନାମରେ ମାମଲା ରୁଜୁ ହେଉଛି । ବିନା କାରଣରେ ଘରୁ ବାହାରିବା ଯେପରି ଲୋକଙ୍କ ଅଭ୍ୟାସ ପାଲଟିଗଲାଣି ।

ତାମିଲନାଡୁ ମଦୁରାଇରେ ପୋଲିସ ଏପର୍ଯ୍ୟନ୍ତ ମୋଟ 3000ଟି ମାମଲା ରୁଜୁ କରିଛି । କୋରୋନା ଭାଇରସ ଯୋଗୁଁ ଜାରି ଲକଡାଉନ ଉଲ୍ଲଙ୍ଘନ ଯୋଗୁଁ ଏପରି ମାମଲା ରୁଜୁ ହୋଇଛି । ଏହି ସମସ୍ତ ଲୋକଙ୍କ ନାମରେ ମାମଲା ସହ ପୋଲିସ ଗାଡି ମଧ୍ୟ ଜବତ କରିଛି ବୋଲି ମଦୁରାଇ କଲେକ୍ଟର ଟିଜି ବିନୟ କହିଛନ୍ତି ।

ଏହାସହ ଏପ୍ରିଲ 12ରେ ଏକ ଷଣ୍ଢର ଶେଷକୃତ୍ୟରେ ଯୋଗ ଦେଇଥିବା ଲୋକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏକ ଗାଁରେ ଲୋକେ କଟକଣା ସତ୍ତ୍ବେ ଷଣ୍ଢର ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏଥିରେ ଅନେକ ଲୋକ ଯୋଗ ଦେଇଥିଲେ । ଏମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି ।

ସୌଜନ୍ୟ@ANI

ABOUT THE AUTHOR

...view details