ଔରଙ୍ଗାବାଦ: ବିହାରର ଔରଙ୍ଗାବାଦ ଜିଲ୍ଲାରେ ଶନିବାର ପ୍ରବଳ ଝାଞ୍ଜି ବା ଲୁ ପ୍ରବାହ ଯୋଗୁଁ 30 ଜଣଙ୍କର ମୃତ୍ୟୁ ହୋଇଛି । ସଦର ହସପିଟାଲର ଜଣେ ସର୍ଜନଙ୍କ ଅନୁସାରେ ଲୁରେ 30 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ନାୱାଦା ଅଞ୍ଚଳରେ 12 ଜଣଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି । ଲୁ ପ୍ରବାହ ଯୋଗୁ ଅସୁସ୍ଥ ଲୋକମାନେ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । 35ରୁ ଉର୍ଦ୍ଧ୍ବ ଲୋକମାନେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।
ଆଜି ଔରଙ୍ଗାବାଦର ତାପମାତ୍ରା 44 ଡିଗ୍ରୀ ରହିଥିଲା । ଦିନ 1ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଲୁ ପୀଡିତ ଲୋକମାନେ ଡାକ୍ତରଖାନାକୁ ଆସୁଥିଲେ ବୋଲି ସର୍ଜନ ଡ. ସୁରେନ୍ଦ୍ର ପ୍ରସାଦ କହିଛନ୍ତି । ଏକାଥରେ ଏତେ ଲୋକଙ୍କର ମୃତ୍ୟୁ ହେବା ପରେ ଲୋକଙ୍କ ମଧ୍ୟରେ ହାହାକାର ପଡିଯାଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଡାକ୍ତରଖାନାରେ ଏକ ସ୍ବତନ୍ତ୍ର ଚିକିତ୍ସା ଶିବିର ଖୋଲା ଯାଇଥିଲା ।