ଭୋପାଳ: ସମଗ୍ର ଦେଶ ସମେତ ମଧ୍ୟପ୍ରଦେଶ ଗ୍ୱାଲିୟରରେ ମଧ୍ୟ କୋରୋନା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏପଟେ 30 ଜଣ ସିଆରପିଏଫ ଯବାନ କୋରୋନା ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି ।
ସୂଚନା ଅନୁଯାୟୀ, ଗ୍ୱାଲିୟର ନୂଆ ଗାଁସ୍ଥିତ ସିଆରପିଏଫ ଟ୍ରେନିଙ୍ଗ ସେଣ୍ଟରର 30 ଜଣ ଯବାନ କୋରୋନା ସଂକ୍ରମିତ ହୋଇଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ସିଆରଫିଏଫ ସେଣ୍ଟରରେ ଆଲର୍ଟ ଜାରି କରାଯାଇଛି ।