ମୁମ୍ବାଇ: ଇଣ୍ଡିଗୋ ବିମାନର ଉଡାଣ କିଛିଟା ବାତିଲ ହୋଇଛି । ଶନିବାର (9 ଫେବୃୟାରୀ ) ଓ ରବିବାର ( 10 ଫେବୃୟାରୀ) ବାତିଲ କରାଯାଇଥିଲା । ତେବେ ଆଜି (ସୋମବାର) ମଧ୍ୟ ଇଣ୍ଡିଗୋ ବିମାନ ପକ୍ଷରୁ ପାଖାପାଖି 30ଟି ବିମାନ ଚଳାଚଳକୁ ବାତିଲ କରାଯାଇଛି । ଚଳିତ ସପ୍ତାହ ଶେଷ ସୁଦ୍ଧା ଚେନ୍ନାଇରୁ 8ଟି ବିମାନ, ହାଇଦ୍ରାବାଦରୁ 6ଟି, ଜୟପୁରରୁ 3ଟି ବିମାନ ଚଳାଚଳ ବାତିଲ କରାଯାଇଥିଲା ।
ଆଜି 30 ଇଣ୍ଡିଗୋ ବିମାନ ବାତିଲ - flight
ଆଜି (ସୋମବାର) ମଧ୍ୟ ଇଣ୍ଡିଗୋ ବିମାନ ପକ୍ଷରୁ ପାଖାପାଖି 30ଟି ବିମାନ ଚଳାଚଳକୁ ବାତିଲ କରାଯାଇଛି । ଚଳିତ ସପ୍ତାହ ଶେଷ ସୁଦ୍ଧା ଚେନ୍ନାଇରୁ 8ଟି ବିମାନ, ହାଇଦ୍ରାବାଦରୁ 6ଟି, ଜୟପୁରରୁ 3ଟି ବିମାନ ଚଳାଚଳ ବାତିଲ କରାଯାଇଥିଲା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଇଣ୍ଡିଗୋ ବିମାନ ଚାଳକଙ୍କ ସଂଖ୍ୟା କମ ଥିବାରୁ ଏପରି ସମସ୍ୟା ଦେଖା ଦେଇଥିବା ସୂଚନା ରହିଛି । ଗୋଟିଏ ବର୍ଷରେ ପାଇଲଟଙ୍କୁ 1 ହଜାର ଘଣ୍ଟାରୁ ଅଧିକ ବିମାନ ଚଳାଇବା ପାଇଁ ଅନୁମତି ମିଳିନଥାଏ । ତେବେ ଇଣ୍ଡିଗୋ ବିମାନର କିଛି ପାଇଲଟ ପାଖାପାଖି ହଜାରେ ଘଣ୍ଟାରେ ପହଞ୍ଚି ସାରିଲେଣି ।
ଅନ୍ୟପଟେ କିନ୍ତୁ ଖରାପ ପାଗ ଯୋଗୁଁ ବିମାନ ବାତିଲ କରାଯାଇଥିବା ଇଣ୍ଡିଗୋ ବିମାନ ସେବା ପକ୍ଷରୁ କୁହାଯାଇଛି । ଉତ୍ତର ଭାରତରେ ପ୍ରବଳ କୁଆପଥର ବର୍ଷା ଯୋଗୁଁ ପ୍ରାୟ 11ଟି ବିମାନର ଗତିପଥ ପରିବର୍ତ୍ତନ କରାଯାଇଥିଲା । ତେବେ ଏହି ସମସ୍ୟାର ଖୁବ ଶୀଘ୍ର ସମାଧାନ କରାଯିବ ବୋଲି କୁହାଯାଇଛି ।