ଲକ୍ଷ୍ନୌ: କୋତୱାଲି ଥାନା ଅଞ୍ଚଳରେ 3ଟି ଟ୍ରକ ପରସ୍ପର ଦୁର୍ଘଟଣା । 5 ମୃତ , 5 ଗୁରୁତର ଆହତ । ସହରର କାଳୀମନ୍ଦିର ବାଇପାସ ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଏଭଳି ଥିଲା ଯେ, ଘଟଣାସ୍ଥଳରେ ହିଁ 5ଜଣଙ୍କର ମୃତ୍ୟୁ ଘଟିଥିଲା ।
3 ଟ୍ରକ ମୁହାଁମୁହିଁ ଧକ୍କା: 5 ମୃତ, 5 ଗୁରୁତର - road accident
ୟୁପିରେ 3ଟି ଟ୍ରକ ପରସ୍ପର ଦୁର୍ଘଟଣା । 5 ମୃତ, 5 ଗୁରୁତର ଆହତ । କୋତୱାଲି ଥାନା ଅଞ୍ଚଳ କାଳୀମନ୍ଦିର ବାଇପାସ ନିକଟରେ ଘଟିଛି ଏହି ଦୁର୍ଘଟଣା ।

ଡିଜାଇନ ଫଟୋ
ଦୁର୍ଘଟଣା ରାତି 12.30 ପାଖାପାଖି ହୋଇଥିବା ଜଣାପଡିଛି । ଭିନ୍ନ ଭିନ୍ନ ଦିଗରୁ ତିନୋଟି ଟ୍ରକ ଆସୁଥିବାବେଳେ ସେମାନଙ୍କର ଗତି ଜୋର ଥିଲା । ଫଳରେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ଟ୍ରକ ତିନୋଟି ଓଲଟି ପଡିଥିଲେ । ତେବେ ଦୁର୍ଘଟଣା ପରେ ସେଠାରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ଯାହାକୁ ସ୍ଥାନୀୟ ଅଗ୍ନିଶମ ବାହିନୀ ନିୟନ୍ତ୍ରଣ କରିଥିଲେ ।
ଭିଡିଓ ସୌଜନ୍ୟ: ଇଟିଭି ଭାରତ
ଦୁର୍ଘଟଣା ପରେ ପୋଲିସ ପହଞ୍ଚିବା ସହ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଛି ।