ମୁମ୍ବାଇ: ପ୍ରବଳ ବର୍ଷାରେ ଉବୁଟୁବୁ ମାୟାନଗରୀ । ସହରର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ହୋଇରହିଛନ୍ତି ମୁମ୍ବାଇବାସୀ। ବର୍ଷା ଏଭଳି ଲାଗି ରହିବ ବୋଲି ସୂଚନା ମିଳିଛି ।
ମୁମ୍ବାଇରେ ପ୍ରବଳ ବର୍ଷା: 3 ଟ୍ରେନ ବାତିଲ - ତିନୋଟି ଟ୍ରେନ ବାତିଲ
ପ୍ରବଳ ବର୍ଷାରେ ବେହାଲ ମୁମ୍ବାଇ । ଚାରିଆଡେ ଜଳମଗ୍ନ । ପାଣିରେ ବୁଡି ରହିଛି ଅନେକ ଅଞ୍ଚଳ । ଆଉ ଏନେଇ ପ୍ରଭାବିତ ହୋଇଛି ରେଳ ସେବା । ତିନୋଟି ଟ୍ରେନ ବାତିଲ ହୋଇଛି ।

ଡିଜାଇନ ଫଟୋ
ତେବେ ନାଲାସୋପାରାରେ ବର୍ଷା ଯୋଗୁଁ ରେଳ ସେବା ମଧ୍ୟ ବନ୍ଦ ରହିଛି । ସୁରଟ-ମୁମ୍ବାଇ ସେଣ୍ଟ୍ରାଲ, ମୁମ୍ବାଇ-ସେଣ୍ଟ୍ଲାଲ ସୁରଟ ଏବଂ ବାନ୍ଦ୍ରା ଟି - ଭିଏପିଆଇ ଭଳି 3ଟି ଟ୍ରେନ ବାତିଲ କରାଯାଇଛି । ଏହାର ସୂଚନା ଦେଇଛନ୍ତି ପଶ୍ଚିମତଟ ରେଳ ମୁଖ୍ୟ ଲୋକ ସଂପର୍କ ଅଧିକାରୀ। ସେପଟେ ବିମାନବନ୍ଦର ମଧ୍ୟ ଏଥିରେ ପ୍ରଭାବିତ ହୋଇଛି ।
ଅନ୍ୟ ପଟେ ମୁମ୍ବାଇର ଅନେକ ତଳି ଅଞ୍ଚଳରେ ପାଣି ପଶିଯାଇଥିବାରୁ ଆତଙ୍କିତ ହୋଇଯାଇଛନ୍ତି ଲୋକେ । କୁର୍ଲା, ପରେଲ ଓ ଅନ୍ଧେରୀରେ ଫଶି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଏନଡିଆରଏଫ ଟିମକୁ ନିୟୋଜିତ କରାଯାଇଛି ।