ଓଡିଶା

odisha

ETV Bharat / bharat

ହିନ୍ଦୁନେତାଙ୍କୁ ଆକ୍ରମଣ ଯୋଜନା ହେଲା ପଣ୍ଡ, ତାମିଲନାଡୁରୁ ଧରାପଡିଲେ 3 ଆତଙ୍କୀ - ତାମିଲନାଡୁରୁ 3 ଆତଙ୍କବାଦୀ ଗିରଫ

ତାମିଲନାଡୁ କ୍ୟୁ-ବ୍ରାଞ୍ଚ ଏବଂ ଗୁଇନ୍ଦା ବିଭାଗ ବେଙ୍ଗାଲୁରୁ ସିସିବି ପୋଲିସର ସହାୟତାରେ କର୍ଣ୍ଣାଟକରୁ 3 ଆତଙ୍କବାଦୀଙ୍କୁ ଗିରଫ କରିଛି । ହିନ୍ଦୁ ନେତାଙ୍କୁ ହତ୍ୟା କରିବା ଉପରେ ରଚୁଥିଲେ ଷଡ଼ଯନ୍ତ୍ର ।

ତାମିଲନାଡୁରୁ 3 ଆତଙ୍କବାଦୀ ଗିରଫ
ତାମିଲନାଡୁରୁ 3 ଆତଙ୍କବାଦୀ ଗିରଫ

By

Published : Jan 10, 2020, 12:05 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକରୁ ଧରାପଡିଲେ 3 ଆତଙ୍କବାଦୀ । ତାମିଲନାଡୁ କ୍ୟୁ-ବ୍ରାଞ୍ଚ ଏବଂ ଗୁଇନ୍ଦା ବିଭାଗ ବେଙ୍ଗାଲୁରୁ ସିସିବି ପୋଲିସର ସହାୟତାରେ ଏହି 3 ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଏହି 3 ଆତଙ୍କବାଦୀ ଅଲ-ଉମା ଆତଙ୍କୀ ସଂଗଠନର ବୋଲି ଜଣାପଡିଛି । ସେମାନେ କର୍ଣ୍ଣାଟକର ମୁଖ୍ୟ ହିନ୍ଦୁ ନେତାଙ୍କୁ ଆକ୍ରମଣ କରିବା ପାଇଁ ଷଡ଼ଯନ୍ତ୍ର ରଚୁଥିଲେ । ଏହି 3 ଆତଙ୍କବାଦୀ ଛାତ୍ର ବା ଚିକିରି ଖୋଜିବା ବାହାନାରେ ବେଙ୍ଗାଲୁରୁର ଏକ ହଷ୍ଟେଲରେ ରହୁଥିଲେ ।


ଉକ୍ତ ଆତଙ୍କବାଦୀମାନେ ହେଲେ ମହମ୍ମଦ ହନୀଫ (29), ଇମ୍ରାନ ଖାନ (32) ଏବଂ ଉସମାନ ଗାନୀ (24) । ଏମାନଙ୍କ ମଧ୍ୟରୁ 2 ଜଣ ଅଭିଯୁକ୍ତ ହିନ୍ଦୁ ମୁନ୍ନାନୀ ସଂଗଠନର ମହାସଚିବ କେପି ସୁରେଶଙ୍କ ହତ୍ୟାକାଣ୍ଡ ମାମଲାରେ ଜେଲ ଯାଇଥିଲେ । ତେବେ ସର୍ତ୍ତମୂଳକ ଜାମିନରେ କିଛିଦିନ ପୂର୍ବେ ବାହାରକୁ ବାହାରିଥିଲେ ବୋଲି ପୋଲିସ ସୂଚନା ଦେଇଛି ।


କର୍ଣ୍ଣାଟକ ଯିବା ପୂର୍ବରୁ ଏହି 3 ଆତଙ୍କବାଦୀ ଖାଲି ହାତରେ ଆସିଥିଲେ । ପରେ ଅଲ-ଉମା ସଂଗଠନ ତାମିଲନାଡୁର କିଙ୍ଗପିନ ଖଜିମ ମୋଇନ କ୍ବାଜା ଏହି ତିନି ଆତଙ୍କବାଦୀଙ୍କ ନିକଟରେ ଗୋଳା-ବାରୁଦ ଯୋଗାଇଥିଲା । ଏହାର ଖବର ପାଇ ଗୁଇନ୍ଦା ବିଭାଗର ସହାୟତାରେ ପୋଲିସ ତୁରନ୍ତ ତନଦନ୍ତ ଆରମ୍ଭ କଲା । ତେବେ ପଲିସକୁ ଏହି ସଂଗଠନର 6 ଆତଙ୍କବାଦୀଙ୍କ ଉପରେ ସନ୍ଦେହ ରହିଛି । ସେପଟେ ଖଜିମ ମୋଇନ କ୍ବାଜା ସୂଚନା ପାଇ ବେଙ୍ଗାଲୁରୁରୁ ଦିଲ୍ଲୀକୁ ଫେରାର ହୋଇଛି । ପୋଲିସ ଖୋଜଖୋଜି ଆରମ୍ଭ କରିଦେଇଛି ।

ABOUT THE AUTHOR

...view details