ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ପୁଣି ଦେଖାଦେଇଛି ଆତଙ୍କବାଦୀଙ୍କ ଆତଙ୍କ । ଶନିବାର 3 ଜଣ ଲସ୍କର ଇ ତୋଏବା ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି ସୁରକ୍ଷାକର୍ମୀ । ସୋପୋରେର ଏହି ଘଟଣା ଘଟିଛି ।
ଖବର ଅନୁସାରେ ସୋପୋରେ କୁପୱାରା ରୋଡର ଶାନଗେରଗୁଣ୍ଡଠାରେ ଆତଙ୍କୀ ଲୁଚିଥିବାର ଖବର ମିଳିଥିଲା । ଏନେଇ ସୋପୋରେ ପୋଲିସ ପକ୍ଷରୁ ଏକ ମିଳିତ ଅପରେସନ ହୋଇଥିଲା । ଉକ୍ତ ଅଞ୍ଚଳକୁ ଘେରାଓ କରାଯାଇ ପୋଲିସ ଆତଙ୍କୀଙ୍କୁ ସର୍ଚ୍ଚ ଅପରେସନ କରି ଧରିଥିଲା ।