ନୂଆଦିଲ୍ଲୀ: ଭାରତ-ଚୀନ ବିବାଦ ମଧ୍ୟରେ ରବିବାର ଉଚ୍ଚସ୍ତରୀୟ ବୈଠକ କରିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ଏହି ବୈଠକରେ ତିନି ସେନା ପ୍ରମୁଖଙ୍କ ସମେତ ସିଡିଏସ ବିପିନ ରାୱତ ମଧ୍ୟ ଯୋଗ ଦେବେ । ବୈଠକରେ ଲଦାଖର ସ୍ଥିତି ସମୀକ୍ଷା ସହ ଏଲଏସିରେ ସେନାର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯିବ ।
ଗଲୱାନ ବିବାଦକୁ ନେଇ ତିନି ସେନା ପ୍ରମୁଖଙ୍କ ସହ ବୈଠକ କରିବେ ରାଜନାଥ ସିଂହ - defence minister rajnath singh
ଭାରତ-ଚୀନ ବିବାଦ ମଧ୍ୟରେ ରବିବାର ଉଚ୍ଚସ୍ତରୀୟ ବୈଠକ କରିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ଏହି ବୈଠକରେ ତିନି ସେନା ପ୍ରମୁଖଙ୍କ ସମେତ ସିଡିଏସ ବିପିନ ରାୱତ ମଧ୍ୟ ଯୋଗ ଦେବେ ।
ଏହା ପୂର୍ବରୁ ମଧ୍ୟ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ତିନି ସେନା ପ୍ରମୁଖଙ୍କ ସହ ବୈଠକ କରିଛନ୍ତି । ଲଦାଖରେ ଭାରତ-ଚୀନ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ପରେ ସ୍ଥଳ, ଜଳ ଏବଂ ବାୟୁସେନା ହାଇ ଆଲର୍ଟରେ ରହିଛନ୍ତି । ଏହି ନିଷ୍ପତ୍ତି ଗତ ଜୁନ 18ରେ ରାଜନାଥ ସିଂହ, ସିଡିଏସ ଜେନେରାଲ ବିପିନ ରାୱତ ଏବଂ ତିନି ସେନା ପ୍ରମୁଖଙ୍କ ମଧ୍ୟରେ ହୋଇଥିବା ବୈଠକରେ ନିଆଯାଇଥିଲା ।
ଏହା ବ୍ୟତୀତ ସେନା ପକ୍ଷରୁ ଅରୁଣାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଲଦାଖରେ ପ୍ରକୃତ ନିୟନ୍ତ୍ରଣ ରେଖା ସମେତ ନିଜର ସମସ୍ତ ପ୍ରମୁଖ ଫ୍ରଣ୍ଟ ଲାଇନ ଶିବିରରେ ଅତିରିକ୍ତ ଯବାନଙ୍କୁ ନିୟୋଜିତ କରାଯାଇଛି ।