ଓଡିଶା

odisha

ସିମଲାରୁ ବିନା ଲାଇସେନ୍ସପ୍ରାପ୍ତ ପିସ୍ତଲ ଜବତ, 4 ଗିରଫ

By

Published : Sep 30, 2020, 4:21 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହିମାଚଳପ୍ରଦେଶ ଗସ୍ତର ତିନି ଦିନ ପୂର୍ବରୁ ବୁଧବାର କୁଲୁ ଜିଲ୍ଲାର ମନାଲିରୁ ଜଣେ ବ୍ୟକ୍ତିଙ୍କ ନିକଟରୁ ବିନା ଲାଇସେନ୍ସପ୍ରାପ୍ତ ଏକ ପିସ୍ତଲ ଜବତ କରିଛି ପୋଲିସ ।

ଶିମଲାରୁ ବିନା ଲାଇସେନ୍ସପ୍ରାପ୍ତ ପିସ୍ତଲ ଜବତ
ଶିମଲାରୁ ବିନା ଲାଇସେନ୍ସପ୍ରାପ୍ତ ପିସ୍ତଲ ଜବତ

ସିମଲା: ସିମଲାରୁ ବିନା ଲାଇସେନ୍ସପ୍ରାପ୍ତ ପିସ୍ତଲ ଜବତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହିମାଚଳପ୍ରଦେଶ ଗସ୍ତର ତିନି ଦିନ ପୂର୍ବରୁ ବୁଧବାର କୁଲୁ ଜିଲ୍ଲାର ମନାଲିରୁ ଜଣେ ବ୍ୟକ୍ତିଙ୍କ ନିକଟରୁ ବିନା ଲାଇସେନ୍ସପ୍ରାପ୍ତ ଏକ ପିସ୍ତଲ ଜବତ କରିଛି ପୋଲିସ ।

ଅକ୍ଟୋବର 3ରେ ପ୍ରଧାନମନ୍ତ୍ରୀ ହିମାଚଳପ୍ରଦେଶ କୁଲୁ ଜିଲ୍ଲାର ମନାଲି ଏବଂ ଲାହଲ ସ୍ପିତି ଜିଲ୍ଲାର ପରିଦର୍ଶନ କରି ଅଟଳ ସୁଡଙ୍ଗ ରୋହତଙ୍ଗକୁ ଉଦଘାଟନ କରିବେ ।

ଏଣୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସହ ଜଡିତ କୌଣସି ସନ୍ଦେହଜନକ ତଥ୍ୟ ପ୍ରକାଶ କରାଯାଇ ନାହିଁ ବୋଲି କୁଲୁ ଏସପି ଗୌରବ ସିଂ କହିଛନ୍ତି । ଏଥିସହ ସେ କହିଛନ୍ତି ବିନା ଲାଇସେନ୍ସ ପ୍ରାପ୍ତ ପିସ୍ତଲଟି ହରିୟାଣା ଜିନ୍ଦ ଜିଲ୍ଲା ବାସିନ୍ଦା ବାଲଜିତ ସିଂଙ୍କ ନିକଟରୁ ଜବତ କରାଯାଇଛି । ଏଥିସହ ଏହି ଘଟଣାରେ 4 ଜଣଙ୍କୁ ଗିରଫ କରାଯାଇଛି । ଘଟଣାପରେ ପୋଲିସ ଏବଂ ସୁରକ୍ଷା ଏଜେନ୍ସି ସଜାଗ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details