ଭୋପାଳ: ରତଲାମ ବାଇପାସରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇଟି ଟ୍ରକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଉଭୟ ଟ୍ରକରେ ନିଆଁ ଲାଗିଯାଇଥିଲା । ଘଟଣାରେ 3 ଲୋକ ଜୀବନ ଦଗ୍ଧ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଡ୍ରାଇଭର ଓ ଦୁଇ ଜଣ କୃଷକ ରହିଥିଲେ ।
2 ଟ୍ରକ ମୁହାଁମୁହିଁ ଧକ୍କା, 3 ଜୀବନ୍ତ ଦଗ୍ଧ - ରତଲାମ ବାଇପାସରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା
ମଧ୍ୟପ୍ରଦେଶର ରତଲାମ ବାଇପାସରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କାରେ ଉଭୟ ଟ୍ରକରେ ଲାଗିଲା ନିଆଁ । ଘଟଣାରେ 3 ଲୋକ ଜୀବନ ଦଗ୍ଧ । ଅଧିକ ପଢନ୍ତୁ...
ରତଲାମ ବାଇପାସରେ ମର୍ମନ୍ତୁଦ ସଡକ ଦୁର୍ଘଟଣା
ସୂଚନାମୁତାବକ,ଏକ ଲଙ୍କା ବୋଝେଇ ଟ୍ରକ ମଧ୍ୟପ୍ରଦେଶର ଖରଗୋନରୁ ଭୀଲବାଡାକୁ ଯାଉଥିଲା । ତେବେ ଟ୍ରକଟି ନିୟନ୍ତ୍ରଣ ହରାଇ ଅନ୍ୟ ଏକ ଲେନକୁ ଚାଲିଯାଇଥିଲା । ଅନ୍ୟପଟୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଉଭୟ ଟ୍ରକରେ ନିଆଁ ଲାଗିଯାଇଥିଲା । ଏହି ଘଟଣା ରବିବାର ବିଳମ୍ବିତ ରାତିରେ ଘଟିଥିଲା ।
ଖବରପାଇ ଆଇଏ ଥାନା ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଟ୍ରକରେ ନିଆଁକୁ ଆୟତ୍ତ କରିଥିଲେ । ତେବେ ଅନ୍ୟଏକ ଟ୍ରକରେ ଥିବା ଡ୍ରାଇଭର ଓ କ୍ଲିନରର ପତ୍ତା ମିଳିନଥିବାବେଳେ ଘଟଣାର ତଦନ୍ତ କରୁଛି ପୋଲିସ । ।