ଲକ୍ଷ୍ନୌ: ସ୍ମୃତି ଇରାନୀଙ୍କ ପ୍ରମୁଖ ସହଯୋଗୀ ସାଜିଥିବା ସୁରେନ୍ଦ୍ର ସିଂହଙ୍କ ହତ୍ଯା ଘଟଣାରେ ପୋଲିସ ଆଜି ତିନି ଜଣଙ୍କୁ ଗିରଫ କରିଛି । ଏହି ମାମଲାରେ ପୋଲିସ ସମୁଦାୟ 7 ଜଣଙ୍କୁ ସନ୍ଦେହରେ ଅଟକ ରଖିଥିବା ବେଳେ 3 ଜଣଙ୍କୁ ଗିରଫ କରିଛି ।
ସ୍ମୃତିଙ୍କ ସହଯୋଗୀ ସୁରେନ୍ଦ୍ରଙ୍କ ହତ୍ଯା ଘଟଣା, 3 ଗିରଫ - murder
ସ୍ମୃତି ଇରାନୀଙ୍କ ପ୍ରମୁଖ ସହଯୋଗୀ ସୁରେନ୍ଦ୍ର ସିଂହଙ୍କ ହତ୍ଯା ଘଟଣାରେ ଆଜି ଉତ୍ତର ପ୍ରଦେଶ ପୋଲିସ 3 ଜଣଙ୍କୁ ଗିରଫ କରିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
କଂଗ୍ରେସ ଗଡ ଆମେଥିରେ ପଦ୍ମ ଫୁଟାଇବାରେ ସୁରେନ୍ଦ୍ର ସାଜିଥିଲେ ପ୍ରଚାରର ପ୍ରମୁଖ ମାଧ୍ୟମ । ନିର୍ବାଚନରେ ସ୍ମୃତି ଇରାନୀଙ୍କୁ ବିଜୟ କରିବା ପାଇଁ ସେ ରଚିଥିଲେ ପ୍ରମୁଖ ଋଣନିତୀ । ନିର୍ବାଚନୀ ଆକ୍ରୋଶରେ ସୁରେନ୍ଦ୍ର ସିଂହଙ୍କୁ ଗୁଳିକରି ହତ୍ଯା କରିଛନ୍ତି କିଛି ଦୁର୍ବୁତ୍ତ । ହତ୍ୟାରେ ସଂଶ୍ଳିଷ୍ଟ ଥିବା ଅଭିଯୁକ୍ତ ମାନଙ୍କୁ ଯଥାଶୀଘ୍ର ଗିରଫ କରିବାକୁ ଉତ୍ତରପ୍ରଦେଶ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ।
Last Updated : May 27, 2019, 12:32 PM IST