ଓଡିଶା

odisha

ETV Bharat / bharat

ନଭେମ୍ବର 5ରେ ଭାରତ ଆସିବ ଆଉ 3 ରାଫେଲ

ନଭେମ୍ବର 5ରେ ଅମ୍ବାଲା ଏୟାରବେସରେ ପହଞ୍ଚିପାରେ ଆଉ 3 ରାଫେଲ ଯୁଦ୍ଧ ବିମାନ । ଅଧିକ ପଢନ୍ତୁ...

ନଭେମ୍ବର 5ରେ ଭାରତ ଆସିବ ଆଉ 3 ରାଫେଲ
ନଭେମ୍ବର 5ରେ ଭାରତ ଆସିବ ଆଉ 3 ରାଫେଲ

By

Published : Oct 28, 2020, 7:25 PM IST

ନୂଆଦିଲ୍ଲୀ: ଚୀନ ସହ ଜାରି ଉତ୍ତେଜନା ମଧ୍ୟରେ ଧିରେ ଧିରେ ବୃଦ୍ଧି ହେଉଛି ଭାରତୀୟ ବାୟୁସେନାର ଶକ୍ତି । ଏହି ମଧ୍ୟରେ ଫ୍ରାନ୍ସରୁ ଦ୍ବିତୀୟ ପର୍ଯ୍ୟାୟରେ ଆଉ 3ଟି ରାଫେଲ ଯୁଦ୍ଧ ବିମାନ ଭାରତ ଆସିବ ବୋଲି ଜଣାପଡିଛି । ତେବେ ଏହି 3 ରାଫେଲ ନଭେମ୍ବର 5ରେ ଭାରତ ପହଞ୍ଚିବ ।

ସରକାରୀ ସୂତ୍ର ଅନୁଯାୟୀ ଦ୍ବିତୀୟ ପର୍ଯ୍ୟାୟରେ 3ରୁ 4ଟି ରାଫେଲ ଯୁଦ୍ଧ ବିମାନ ନଭେମ୍ବର ପ୍ରଥମ ସପ୍ତାହରେ ଭାରତ ଆସି ପହଞ୍ଚିବ । ଏନେଇ ଦେଶରେ ପ୍ରସ୍ତୁତି ପର୍ଯ୍ୟାୟ ଆରମ୍ଭ ହୋଇସାରିଛି । ଏହାକୁ ମିଶାଇ ଭାରତୀୟ ବାୟୁସେନାର ଶକ୍ତିରେ 8ଟି ରାଫେଲ ଯୋଡିହୋଇଯିବ । ତେବେ ଦ୍ବିତୀୟ ପର୍ଯ୍ୟାୟର ରାଫେଲ ନଭେମ୍ବର 5ରେ ଅମ୍ବାଲା ଏୟାରବେସରେ ପହଞ୍ଚିବ ବୋଲି କୁହାଯାଇଛି ।

ସେପ୍ଟମ୍ବର 10ରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲା ରାଫେଲ ଯୁଦ୍ଧ ବିମାନ । ଫ୍ରାନ୍ସରୁ ଆସିଥିବା 5 ରାଫେଲ ବିମାନକୁ ବିଧିବଦ୍ଧ ଭାବରେ ବାୟୁସେନାରେ ସାମିଲ କରାଇଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

29 ଜୁଲାଇରେ ପାଞ୍ଚ ରାଫେଲ ଯୁଦ୍ଧ ବିମାନ ଫ୍ରାନ୍ସରୁ ଆସି ଭାରତରେ ପହଞ୍ଚିଥିଲା । ଯୁଦ୍ଧ ବିମାନ ଲଦାଖ ଅଞ୍ଚଳରେ ଉଡ଼ି ସାରିଛି। ଦେଶରେ ପହଞ୍ଚିଥିବା ପାଞ୍ଚଟି ରାଫେଲ ମଧ୍ୟରୁ ତିନୋଟି ଗୋଟିଏ ଯୁଦ୍ଧ ବିମାନ ହୋଇଥିବା ବେଳେ 2ଟି ପ୍ରଶିକ୍ଷଣ ବିମାନ ।

ନିକଟରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିବା ରାଫେଲ ଯୁଦ୍ଧ ବିମାନରେ ହୋଇପାରେ ମହିଳା ପାଇଲଟଙ୍କ ଏଣ୍ଟ୍ରି । ରାଫେଲକୁ ବାୟୁସେନାର 17 ତମ ସ୍କ୍ବାଡନରେ ସାମିଲ କରାଯାଇଛି । ଏଥିରେ ସାମିଲ ହେବା ପରେ 10 ମହିଳା ଫାଇଟର ପାଇଲଟଙ୍କୁ ଦିଆଯାଉଛି ଟ୍ରେନିଂ । ଏଥି ମଧ୍ୟରୁ ଜଣେ ମହିଳା ପାଇଲଟଙ୍କ ଚୟନ ଏକ ପ୍ରକାର ସୁନିଶ୍ଚିତ ହୋଇଛି ।

ABOUT THE AUTHOR

...view details