ଓଡିଶା

odisha

ETV Bharat / bharat

କେରଳ ସୁନା ଚୋରା ଚାଲାଣ ମାମଲାରେ ଆଉ 3 ଗିରଫ - Kerala Gold Smuggling Case

କେରଳ ସୁନା ଚୋରା ଚାଲାଣ ମାମଲା । ଏହି ମାମଲାର ମାଷ୍ଟର ମାଇଣ୍ଡ ସ୍ୱପ୍ନା ସୁରେଶ ଓ ସନ୍ଦୀପ ନୈୟାରଙ୍କୁ ପୋଲିସ ଗିରଫ କରିଥିଲା । ଏବେ ପୁଣି ଅନ୍ୟ 3ଜଣକୁ ଗିରଫ କରିଛି । ଅଧିକ ପଢନ୍ତୁ...

କେରଳ ସୁନା ଚୋରା ଚାଲାଣ ମାମଲାରେ ଆଉ 3 ଅଭିଯୁକ୍ତ ଗିରଫ
କେରଳ ସୁନା ଚୋରା ଚାଲାଣ ମାମଲାରେ ଆଉ 3 ଅଭିଯୁକ୍ତ ଗିରଫ

By

Published : Jul 15, 2020, 12:34 PM IST

ଥିରୁଅନନ୍ତପୁର: କେରଳ ସୁନା ଚୋରା ଚାଲାଣ ମାମଲା । ଏହି ମାମଲାରେ ଅନ୍ୟ ତିନି ଜଣକୁ ଗିରଫ କଲା କଷ୍ଟମ୍ସ ବିଭାଗ । ଏର୍ଣ୍ଣାକୁଲମର ମଭାଟୁପୁଜା ଠାରୁ ଜଲାଲ, ମାଲାପୁରାମରୁ ମୋହଦ ଶଫି, କଣ୍ଡୋଟିରୁ ହାମଜାଦ ଅଲ୍ଲୀ କୁ ଗିରଫ କରାଯାଇଛି । ସେମାନେଙ୍କୁ ଆଜି ଆର୍ଥିକ ଦୁର୍ନୀତି କୋର୍ଟରେ ହାଜର କରାଯିବ । କଷ୍ଟମ୍ସ ଅଧିକାରୀ କହିଛନ୍ତି ଯେ, ସେମାନେ ବ୍ୟବସାୟୀଙ୍କୁ ସୁନା ଦେଉଥିଲେ ।

ଜୁଲାଇ ୫ରେ କେରଳର ଥିରୁଭନନ୍ତପୁରମ ଏୟାରପୋର୍ଟରୁ ଡିପ୍ଲୋମାଟିକ କନସାଇମେଣ୍ଟରେ ୩୦ କେଜିର ସୁନା ଆସିଥିଲା। କଷ୍ଟମ ବିଭାଗ ରେଡ୍ କରି ଏହି ସୁନା ଜବତ କରିଥିଲା। ଯାହାକି ବେଆଇନ୍। ଏହା ପରେ ସୁନା ସ୍ମଗଲିଂକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା।

ଜବତ ହୋଇଥିବା ସୁନା ୟୁଏଇ ଦୂତାବାସ ନାଁରେ ପଞ୍ଜୀକରଣ ହୋଇଥିଲା। ସୁନା ଚୋରା ଚାଲାଣ ମାମଲାର ମାଷ୍ଟର ମାଇଣ୍ଡ କେରଳ ସରକାରର ଆଇଟି ବିଭାଗର ସଚିବ ସ୍ୱପ୍ନା ସୁରେଶ ଜଣାପଡ଼ିଥିଲା। ଅଭିଯୋଗ ଆସିବା ପରେ ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନ ତାଙ୍କୁ ପଦବୀରୁ ବିଦା କରିଛନ୍ତି।

ସେହିପରି ରାଜ୍ୟ ସରକାରଙ୍କ ଆଉ ଜଣେ ଆଇଏଏସ ଅଧିକାରୀ ତଥା ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନଙ୍କ ମୁଖ୍ୟ ସଚିବ ଏମ ଶିବଶଙ୍କରଙ୍କର ସଂପୃକ୍ତି ଥିବା ନେଇ ଅଭିଯୋଗ ଆସିବା ପରେ ଶିବଶଙ୍କରଙ୍କୁ ମୁଖ୍ୟମନ୍ତ୍ରୀ ନିଲମ୍ୱନ କରିଛନ୍ତି।

ଏହି ଚୋରା ଚାଲାଣ ମାମଲାରେ ମାଷ୍ଟର ମାଇଣ୍ଡ କୁହାଯାଉଥିବା ସ୍ୱପ୍ନା ସୁରେଶ ଓ ସନ୍ଦୀପ ନୈୟାରଙ୍କୁ ଗିରଫ କରିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details