ଓଡିଶା

odisha

ETV Bharat / bharat

ହାଥରସ ଗଣଦୁଷ୍କର୍ମ ଘଟଣା: 3 ଜଣିଆ ପ୍ୟାନେଲକୁ ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ - ସପ୍ତାହେ ଭିତରେ ରିପୋର୍ଟ ଦେବେ 3 ଜଣିଆ ପ୍ୟାନେଲ

ବେଳକୁ ବେଳକୁ ଭୟଙ୍କର ସ୍ଥିତି ଆଡକୁ ମୁହାଁଉଛି ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ଘଟଣା। ଏହାସହ ପରିବାର ଏବଂ ପ୍ରତିବାଦକାରୀଙ୍କ ମଧ୍ୟରେ ସରକାରଙ୍କ ପ୍ରତି ଆକ୍ରୋଶ ଚରମ ସୀମାରେ ପହଁଞ୍ଚିଛି । ଏପଟେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ସ୍ପର୍ଶକାତର ଘଟଣାର ଫୁଙ୍ଖାନୁପୁଙ୍ଖ ତଦନ୍ତ ଏବଂ ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ଦେବା ପାଇଁ ଏକ ତିନି ଜଣିଆ ପ୍ୟାନେଲ ଗଠନ କରିଛନ୍ତି।

ହାଥରସ ଗଣଦୁଷ୍କର୍ମ ଘଟଣା, 3 ଜଣିଆ ପ୍ୟାନେଲକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ ଯୋଗୀ
ହାଥରସ ଗଣଦୁଷ୍କର୍ମ ଘଟଣା, 3 ଜଣିଆ ପ୍ୟାନେଲକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ ଯୋଗୀ

By

Published : Sep 30, 2020, 11:18 AM IST

ଲକ୍ଷ୍ନୌ: ବେଳକୁ ବେଳକୁ ଭୟଙ୍କର ସ୍ଥିତି ଆଡକୁ ମୁହାଁଉଛି ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ଘଟଣା। ପୀଡିତାଙ୍କୁ ପୋଲିସର ଅନ୍ତିମ ସଂସ୍କାର ପରେ ମାମଲା ଗମ୍ଭୀର ରୂପ ନେଉଛି। ଏହାସହ ପରିବାର ଏବଂ ପ୍ରତିବାଦକାରୀଙ୍କ ମଧ୍ୟରେ ସରକାରଙ୍କ ପ୍ରତି ଆକ୍ରୋଶ ଚରମ ସୀମାରେ ପହଁଞ୍ଚିଛି।

ଏପଟେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ସ୍ପର୍ଶକାତର ଘଟଣାର ଫୁଙ୍ଖାନୁପୁଙ୍ଖ ତଦନ୍ତ ଏବଂ ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ଦେବା ପାଇଁ ଏକ ତିନି ଜଣିଆ ପ୍ୟାନେଲ ଗଠନ କରିଛନ୍ତି। ଏବଂ ସିଏମ୍ ଯୋଗୀ ଟୁଇଟ୍ କରି କହିଛନ୍ତି ଯେ ସାତ ଦିନ ମଧ୍ୟରେ ତଦନ୍ତ ସାରି ପ୍ୟାନେଲ୍ ଏକ ରିପୋର୍ଟ ଦାଖଲ କରିବ।

ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ବେଧନଶୀଳ ଘଟଣାରେ ଯୋଗୀ ସହ ଫୋନରେ କଥା ହେବା ସହ ଏହି ଜଘନ୍ୟ ଘଟଣାରେ ସମ୍ପୃକ୍ତ ଅପରାଧୀକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ, ଗତ 14 ସେପ୍ଟେମ୍ବରରେ ଗାଁର ଜଣେ ଯୁବକ ବିଲକୁ ଆସି ଯୁବତୀଙ୍କୁ ଟାଣି ଟାଣି ନେଇ ଯାଇଥିଲେ ଏବଂ ଗାଁର ଅନ୍ୟ କିଛି ଯୁବକ ମିଶି ତାଙ୍କୁ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ ପରେ ଅଭିଯୁକ୍ତ ମାନେ ପୀଡିତାଙ୍କ ଜିଭ କାଟି ଦେଇଥିଲେ। ପୀଡିତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହେବା ସହ ପାରାଲିସିସ ହୋଇଥିଲା। ଶେଷରେ ସଫଦରଗଞ୍ଜ ଡାକ୍ତରଖାନାରେ ନୀରବି ଯାଇଥିଲେ ହାଥରସ ପୀଡିତା।

ABOUT THE AUTHOR

...view details