ଲକ୍ଷ୍ନୌ: ଉତ୍ତରପ୍ରଦେଶ ଆଗ୍ରାସ୍ଥିତ ଏକ ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ । ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ରୁ ଅଧିକ ଲୋକେ ଆହତ ହୋଇଥିବା ଜଣାପଡ଼ିଛି । ତେବେ ଏହି ବିସ୍ଫୋରଣ ଶାହଗଞ୍ଜ ଥାନା ଅନ୍ତର୍ଗତ ଆଜମପଡ଼ାରେ ଥିବା ଏକ ବାଣ ଗୋଦାମରେ ହୋଇଥିଲା । ବିସ୍ଫୋରଣରେ ଗୁରୁତରଙ୍କୁ ଉଦ୍ଧାର କରାଯିବା ପରେ ନିକଟସ୍ଥ ସରକାରୀ ହସ୍ପିଟାଲକୁ ପଠାଯାଇଛି। ତେବେ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ପୋଲିସ କହିଛି।
ଆଗ୍ରା ବାଣ ଗୋଦାମରେ ବିସ୍ଫୋରଣ; ୩ ମୃତ, ୬ରୁ ଅଧିକ ଆହତ - ବିସ୍ଫୋରଣ
ଆଗ୍ରା ବାଣ ଗୋଦାମରେ ବିସ୍ଫୋରଣ । ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ରୁ ଅଧିକ ଲୋକେ ଆହତ ହୋଇଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ...

ଆଗ୍ରା ବାଣ ଗୋଦାମରେ ବିସ୍ଫୋରଣ; ୩ ମୃତ, ୬ରୁ ଅଧିକ ଆହତ
ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଏହାର ଶବ୍ଦ ଦୁଇ କିଲୋମିଟର ପର୍ଯ୍ୟନ୍ତ ଶୁଣିବାକୁ ମିଳିଥିଲା । ସେହି ସମୟରେ ସମଗ୍ର ଅଞ୍ଚଲ ଧୂଆଁମୟ ହୋଇଯାଇଥିଲା । ସ୍ଥାନୀୟ ଲୋକମାନେ କହିଛନ୍ତି ଯେ, ଗତ କିଛି ଦିନ ହେବ ଗୋଦାମରେ ବେଆଇନ ଭାବେ ବାଣ ମହଜୂଦ କରି ରଖାଯାଉଥିଲା। । ତେବେ କେଉଁଭଳି ପରିସ୍ଥିତିରେ ଗୋଦାମରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇପାରିନାହିଁ ।
ସ୍ଥାନୀୟ ଲୋକଙ୍କ ଅନୁସାରେ ଏହି ଗୋଦାମଟି ବ୍ୟବସାୟୀ ଚମନ ମନସୁରିଙ୍କର ବୋଲି ଅଭିୟୋଗ ହୋଇଛି । ତେବେ ଏହାକୁ ସେ ବାଣ ଗୋଦାମ କରିବା ଲାଗି ଅନୁମତି ଆଣିଥିଲେ କି ନା ତାହା ସ୍ପଷ୍ଟ ହୋଇନାହିଁ। ଘଟଣା ପରେ ଚମନ୍ ଫେରାର ହୋଇଯାଇଛନ୍ତି।