ଓଡିଶା

odisha

ETV Bharat / bharat

କର୍ଣ୍ଣାଟକ କଂଗ୍ରେସର 2 ବିଧାୟକ ଓ ଜଣେ ବିଧାନ ପରିଷଦ ସଦସ୍ୟ କୋରୋନା ପଜେଟିଭ

କର୍ଣ୍ଣାଟକର କଂଗ୍ରେସର 2 ବିଧାୟକ ଓ ଜଣେ ବିଧାନ ପରିଷଦ ସଦସ୍ୟ କୋରୋନା ପଜେଟିଭ । ଆକ୍ରାନ୍ତଙ୍କ ଜାରି ରହିଛି ଚିକିତ୍ସା । ଅଧିକ ପଢନ୍ତୁ....

3 Karnataka Congress legislators test COVID positive
କର୍ଣ୍ଣାଟକ କଂଗ୍ରେସର 2 ବିଧାୟକ ଓ ଜଣେ ବିଧାନ ପରିଷଦ ସଦସ୍ୟ କୋରୋନା ପଜେଟିଭ

By

Published : Jul 19, 2020, 11:04 AM IST

ବେଙ୍ଗାଲୁରୁ:କର୍ଣ୍ଣାଟକ କଂଗ୍ରେସର 2 ବିଧାୟକଙ୍କ ସମେତ ଜଣେ ବିଧାନ ପରିଷଦ ସଦସ୍ୟ କୋରୋନା ପଜେଟିଭ । ସେମାନଙ୍କ ଚିକିତ୍ସା ଜାରି ରହିଛି । ଏନେଇ ଦଳ ପକ୍ଷରୁ ସୂଚନା ମିଳିଛି । ବେଲାଗାଭି ଜିଲ୍ଲାର ବାଇଲହୋଙ୍ଗାଲ ବିଧାୟକ ମହନ୍ତେଶ କୈଜାଲଗି, ହୁମନାବାଦ ବିଧାୟକ ରାଜଶେଖର ପାଟିଲ ଏବଂ ତାଙ୍କ ଭାଇ ଚନ୍ଦ୍ରଶେଖର ପାଟିଲ କୋଭିଡ ଆକ୍ରାନ୍ତ ହୋଇଛନ୍ତି । ଶୁକ୍ରବାର ଦିନ ମହନ୍ତେଶଙ୍କୁ ଅସୁସ୍ଥ ଅନୁଭବ କରିବାରୁ ତାଙ୍କର କୋରୋନା ପରୀକ୍ଷା କରାଯାଇଥିଲା । ପରେ ରିପୋର୍ଟ ପଜେଟିଭ ଆସିଥିଲା । ବାଇଲହୋଙ୍ଗଲରେ କୈଜାଲଗି ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକରେ ପାଖାପାଖି 20 ଜଣ ଯୋଗ ଦେଇଥିଲେ ସେମାନେ ସମସ୍ତଙ୍କୁ ହୋମ କ୍ବାରେଣ୍ଟାଇନରେ ରଖାଯାଇଛି ।

ଚନ୍ଦ୍ର ଶେଖର ପାଟିଲ ବିଜେପିର ବିଦ୍ରା ଲୋକସଭା ସଦସ୍ୟ ଭଗଓ୍ବନ୍ତ ଖୁବାଙ୍କୁ ଭେଟିବା ପରେ, ସେ ନିଜ ଆଡୁ କ୍ବାରେଣ୍ଟାଇନରେ ରହିଥିଲେ । ବୁଧବାର ଠାରୁ ଭଗଓ୍ବନ୍ତ କୋରୋନାରେ ସଂକ୍ରମିତ ଥିଲେ । ସେହିପରି,ବିଧାନ ପରିଷଦ ସଦସ୍ୟ ସନ୍ଦେଶ ନାଗରାଜ ପଜେଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି ।

ସୌଜନ୍ୟ @ IANS

ABOUT THE AUTHOR

...view details