ଲକ୍ଷ୍ନୌ: ଉତ୍ତରପ୍ରଦେଶର ଆଗ୍ରାଠାରେ ସରକାରୀ ମାଲିକାନାରେ ଥିବା ଏକ ସେଲଟର ହୋମରେ ତିନି ଶିଶୁଙ୍କର ମୃତ୍ୟୁ ହୋଇଛି । ପିଲାମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ପୁଷ୍ଟିକର ଖାଦ୍ୟ ଦିଆଯାଉ ନଥିବା ଜଣାପଡିଛି ।
ସରକାରୀ ତଥ୍ୟ ଅନୁସାରେ ଅକ୍ଟୋବର 24ରେ ଚାରିମାସର ଶିଶୁକନ୍ୟା ସୁନୀତାର ଏସଏନ ମେଡିକାଲରେ ମୃତ୍ୟୁ ହୋଇଥିବା ବେଳେ ତିନିମାସର ପ୍ରଭା ଓ ଦୁଇମାସର ଶିଶୁ ଅୱାନୀର ଅକ୍ଟୋବର 25ରେ ମୃତ୍ୟୁ ହୋଇଛି । ସହରର ପାଗ ପରିବର୍ତ୍ତନ ଓ ଅକାଳ ଜନ୍ମ ପାଇଁ ଶିଶୁମାନଙ୍କର ଏପରି ଅଚାନକ ମୃତ୍ୟୁ ହୋଇଥିବା କହିଛନ୍ତି ରାଜ୍ୟସରକାରଙ୍କ ଆଶ୍ରୟସ୍ଥଳୀ ଅଧୀକ୍ଷକ ବିକାଶ କୁମାର ।
ସେଲଟର ହୋମରେ ଥିବା 44ଜଣ ଶିଶୁ ଅତ୍ୟନ୍ତ ଦୁର୍ବଳ ଦେଖାଯାଉଥିଲେ । ନିୟମ ଅନୁଯାୟୀ ପିଲାମାନଙ୍କୁ ଆଶ୍ରମର ଅଧିକାରୀ ପର୍ଯ୍ୟାପ୍ତ ପରିମାଣର ପୁଷ୍ଟିକର ଖାଦ୍ୟ ଦେଉନଥିବା କହିଛନ୍ତି ମୁଖ୍ୟ ବିକାଶ ଅଧିକରୀ ଜେ.ରେବା । ସେଠାରେ ଥିବା 44ଜଣ ଶିଶୁ୍ଙ୍କର ଯତ୍ନ ନେବା ପାଇଁ ଚୁକ୍ତି ଅନୁସାରେ 6ଜଣ ମହିଳା କର୍ମଚାରୀ ନିଯୁକ୍ତ ଥିବାବେଳେ ତିନୋଟି ପର୍ଯ୍ୟାୟରେ କେବଳ ଦୁଇଜଣ କର୍ମଚାରୀ ଥିବା ଜଣାପଡିଛି ।