ନୂଆଦିଲ୍ଲୀ: ଦିଲ୍ଲୀର ଏମସିଡି ଡାକ୍ତରଖାନାର ଡାକ୍ତର ଅନେକ ମାସ ଧରି ଦରମା ପାଇନାହାଁନ୍ତି । ତିନୋଟି ଡାକ୍ତରଖାନାର ଡାକ୍ତରମାନେ ଦରମା ପାଇ ନଥିବାରୁ ସାଙ୍କେତିକ ପ୍ରତିବାଦ କରିଆସୁଥିଲେ । ବର୍ତ୍ତମାନ ଏହାକୁ ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇବେ ଡାକ୍ତର ।
ଜନ୍ତରମନ୍ତରରେ ଆନ୍ଦୋଳନ କରିବେ ଦିଲ୍ଲୀ ଡାକ୍ତର - 3 hospitals doctors protest
ଦିଲ୍ଲୀର ଏମସିଡି ଡାକ୍ତରଖାନାର ଡାକ୍ତର ଅନେକ ମାସ ଧରି ଦରମା ପାଇନାହାଁନ୍ତି । ତିନୋଟି ଡାକ୍ତରଖାନାର ଡାକ୍ତରମାନେ ଦରମା ପାଇ ନଥିବାରୁ ସାଙ୍କେତିକ ପ୍ରତିବାଦ କରିଆସୁଥିଲେ ।
![ଜନ୍ତରମନ୍ତରରେ ଆନ୍ଦୋଳନ କରିବେ ଦିଲ୍ଲୀ ଡାକ୍ତର ଜନ୍ତରମନ୍ତରରେ ଆନ୍ଦୋଳନ କରିବେ ଦିଲ୍ଲୀ ଡାକ୍ତର](https://etvbharatimages.akamaized.net/etvbharat/prod-images/768-512-9186129-thumbnail-3x2-protest.jpg)
ଅକ୍ଟୋବର 16 ରେ ଉତ୍ତର ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ଅଧୀନରେ ଥିବା ତିନୋଟି ଡାକ୍ତରଖାନାର ଡାକ୍ତରମାନେ ଆନ୍ଦୋଳନ କରିବାକୁ ଘୋଷଣା କରିଛନ୍ତି । ବକେୟା ଅର୍ଥ ତୁରନ୍ତ ପ୍ରଦାନ କରିବାକୁ ଡାକ୍ତରମାନେ ଜନ୍ତରମନ୍ତରରେ ପ୍ରଦର୍ଶନ କରିବେ । ପ୍ରକାଶଥାଉକି, ହିନ୍ଦୁରାଓ ହସ୍ପିଟାଲରେ ଡାକ୍ତରଙ୍କ ଦରମା 5 ମାସ ହେବ ବକେୟା ରହିଛି । ଏସମ୍ପର୍କରେ ଡାକ୍ତରମାନେ ପୂର୍ବରୁ ଆନ୍ଦୋଳନ ବିଷୟରେ ଚେତାବନୀ ଦେଇଥିଲେ।
କୋରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ବନ୍ଦ କରିବାକୁ ଚେତାବନୀ ଦେଇ ଡାକ୍ତରମାନେ ଦରମା ପ୍ରଦାନ କରିବାକୁ ତିନି ଦିନର ସମୟ ଦେଇଥିଲେ। ଚିକିତ୍ସା ସେବା ବନ୍ଦ ହେବାର ଚେତାବନୀକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ହିନ୍ଦୁ ରାଓ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ଘୋଷଣା କରିଥିଲେ। ଅନ୍ୟପକ୍ଷେ, ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏମସିଡିକୁ ଘେରିଛନ୍ତି । ଯଦି ଡାକ୍ତରଖାନା ଚଲାଇବାରେ ଅସମର୍ଥ ତେବେ ଦିଲ୍ଲୀ ସରକାରଙ୍କୁ ହସ୍ତାନ୍ତର କରନ୍ତୁ ।