ଓଡିଶା

odisha

ETV Bharat / bharat

କୋଭିଡ ରୋଗୀଙ୍କୁ ଚିକିତ୍ସା କରି ଗିରଫ ହେଲେ 3 ନକଲି ଡାକ୍ତର - କୋଭିଡ ରୋଗୀଙ୍କୁ ଚିକିତ୍ସା କରି ଗିରଫ ହେଲେ 3 ନକଲି ଡାକ୍ତର

କୋଭିଡ ରୋଗୀଙ୍କୁ ଚିକିତ୍ସା କରିବା ନାଁରେ ଧରାପଡିଲେ 3 ନକଲି ଡାକ୍ତର । ଘଟଣାଟି ହେଉଛି ତାମିଲନାଡୁର ରାଣୀପେଟ ଜିଲ୍ଲାସ୍ଥିତ ଅରକୋନାମ ଅଞ୍ଚଳର । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋଭିଡ ରୋଗୀଙ୍କୁ ଚିକିତ୍ସା କରି ଗିରଫ ହେଲେ 3 ନକଲି ଡାକ୍ତର
କୋଭିଡ ରୋଗୀଙ୍କୁ ଚିକିତ୍ସା କରି ଗିରଫ ହେଲେ 3 ନକଲି ଡାକ୍ତର

By

Published : Jun 27, 2020, 6:17 AM IST

ଚେନ୍ନାଇ: କୋଭିଡ ରୋଗୀଙ୍କୁ ଚିକିତ୍ସା କରିବା ନାଁରେ ଧରାପଡିଲେ 3 ନକଲି ଡାକ୍ତର । ଘଟଣାଟି ହେଉଛି ତାମିଲନାଡୁର ରାଣୀପେଟ ଜିଲ୍ଲାସ୍ଥିତ ଅରକୋନାମ ଅଞ୍ଚଳର । ଏଠାରେ ବିନା ସ୍ନାତକରେ କ୍ଲିନିକ ଖୋଲି ଡାକ୍ତରୀ କାମ କରୁ ରୋଗୀଙ୍କୁ ଚିକିତ୍ସା କରୁଥିଲେ ।

ନକଲି ଡାକ୍ତରମାନେ ହେଲେ ଅନ୍ନାମଲାଇ, ଅରୁଲ ଦାସ, ପନ୍ଦାରୀ ନାଥନ । ବିନା ମେଡିକାଲ ସାର୍ଟିଫିକେଟ ଏବଂ ବିନା ଡାକ୍ତର ଲାଇସେନ୍ସରେ ରୋଗୀଙ୍କୁ ଚିକିତ୍ସା କରି ଔଷଧ ଦେଉଥିଲେ । ଏଠାରେ ସବୁଠୁ ବଡ଼ ଆଶ୍ଚର୍ଯ୍ୟର କଥା ହେଲା କୋଭିଡ ରୋଗ ଭଲ ହୋଇଯିବ କହି ଲୋକଙ୍କୁ ଔଷଧ ଦେଇ ଠକୁଥିଲେ ।

ଘଟଣା ସମ୍ପର୍କରେ ତାମିଲନାଡୁ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପରେ ଜଣାପଡିଲା ଅନ୍ନାମଲାଇ ନାମକ ବ୍ୟକ୍ତିଙ୍କର ଔଷଧ ଦୋକାନ ଖୋଲିବାର ଏକ ସାର୍ଟିଫିକେଟ ଥିଲା । ଅରୁଲ ଦାସ ମାତ୍ର ଦଶମ ଶ୍ରେଣୀ ଯାଏଁ ପାଠ ପଢିଛି ଏବଂ ପନ୍ଦାରୀ ନାଥନ ନିଜକୁ ଏଲୋପାଥୀ ଡାକ୍ତର କହି ଲୋକଙ୍କୁ ଠକୁଥିଲା । ଘଟଣାରେ ତିନି ଜଣଙ୍କୁ ନକଲୀ ଡାକ୍ତର ହେବା ଅଭିଯୋଗରେ ଗିରଫ କରିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details