ଶ୍ରୀନଗର: ହନ୍ଦୱାଡାରେ ପୁଣି ଆତଙ୍କବାଦୀ ହମଲା । ତିନି ସିଆରପିଏଫ ଯବାନ ସହିଦ । 48 ଘଣ୍ଚା ମଧ୍ୟରେ ଦ୍ବିତୀୟ ଥର ଏହି ଆକ୍ରମଣ ହୋଇଥିବା ନେଇ ମିଳିଛି ସୂଚନା । ହନ୍ଦୱାଡା ବଡଗାମ ଅଞ୍ଚଳରେ ଆତଙ୍କବାଦୀମାନେ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ । ଫଳରେ 3 ଯବାନ ଘଟଣାସ୍ଥଳରେ ହିଁ ସହିଦ ହୋଇଯାଇଥିଲେ ।
ଶ୍ରୀନଗରରେ ଆତଙ୍କୀ ହମଲା, 3 ଯବାନ ସହିଦ - encounter
ଶ୍ରୀନଗରରେ ଆତଙ୍କୀ ହମଲା । ଆକ୍ରମଣରେ ସହିଦ ହେଲେ 3 ସିଆରପିଏଫ ଯବାନ । ଅଧିକ ପଢନ୍ତୁ...
ପ୍ରତିକାତ୍ମକ ଫଟୋ
ଅନ୍ୟପଟେ ଯବାନ ମଧ୍ୟ ପାଲଟା ଆକ୍ରମଣ କରିଥିବା ଜଣାପଡିଛି । ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଛି । ରବିବାର ଟପ କମାଣ୍ଡର ହାଇଦର ସମେତ 2 ଆତଙ୍କୀ ଯବାନଙ୍କ ଗୁଳିରେ ନିହତ ହୋଇଥିଲେ । ଏହାପରେ 4 ଯବାନ ସହିଦ ହୋଇଥିଲେ ।
@ANI