ଓଡିଶା

odisha

ETV Bharat / bharat

ସୋନିଆଙ୍କୁ ଭେଟିଲେ ତିନି କେନ୍ଦ୍ରମନ୍ତ୍ରୀ

ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଲେ ତିନି କେନ୍ଦ୍ରମନ୍ତ୍ରୀ । ଆଗାମୀ ସଂସଦ ଅଧିବେଶନରେ ଗୃହର ସଠିକ ପରିଚାଳନା ନେଇ ଲୋଡ଼ିଲେ ସହଯୋଗ ।

By

Published : Jun 7, 2019, 8:45 PM IST

Updated : Jun 7, 2019, 9:40 PM IST

ଫଟୋ ସୌଜନ୍ୟ: ଟ୍ବିଟର

ନୂଆଦିଲ୍ଲୀ: ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଆଜି ତାଙ୍କ ବାସଭବନରେ ଭେଟିଛନ୍ତି ତିନି କେନ୍ଦ୍ରମନ୍ତ୍ରୀ । ଆଗକୁ ଆସୁଥିବା ସଂସଦ ଅଧିବେଶନ ପାଇଁ ସୋନିଆଙ୍କ ସହଯୋଗ ଲୋଡ଼ିଛନ୍ତି ସରକାର ।

କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ସୋନିଆଙ୍କ ସହ ଆଲୋଚନା କରିଛନ୍ତି ।

ଏଥର ଲୋକସଭାକୁ 52 ଜଣ କଂଗ୍ରେସ ସାଂସଦ ନିର୍ବାଚିତ ହୋଇଛନ୍ତି । ଏଥିସହ କଂଗ୍ରେସ ସଂସଦୀୟ ଦଳ ନେତା ଭାବେ ନିକଟରେ ଦଳର ସିଡବ୍ଲ୍ୟୁସି ବୈଠକରେ ସୋନିଆ ନିର୍ବାଚିତ ହୋଇଛନ୍ତି । ତେଣୁ ଗୃହ ପରିଚାଳନାରେ ବିରୋଧୀଙ୍କ ସହଯୋଗ କାମନା କରି ସୋନିଆଙ୍କ ସହ ସାକ୍ଷାତ କରିଛନ୍ତି ବିଜେପି ସରକାରର ଏହି ତିନି କେନ୍ଦ୍ରମନ୍ତ୍ରୀ ।

Last Updated : Jun 7, 2019, 9:40 PM IST

ABOUT THE AUTHOR

...view details