ପାନାଜୀ: ଗୋଆ ପୋଲିସକୁ ସଫଳତା । ଠାବ ହେଲା ଆଇପିଏଲକୁ ନେଇ ବେଟିଂ ଚାଲିଥିବା ରାକେଟ । ଚଳିତ ବର୍ଷ ଚାଲିଥିବା ଆଇପିଏଲକୁ ନେଇ ବେଟିଂ କରୁଥିବା ତିନି ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ଗୋଆ ପୋଲିସ ।
ରବିବାର ଦିନ ଆଇପିଏଲକୁ ନେଇ ବେଟିଂ ଚାଲିଥିବାର ଖବର ପାଇଥିଲା ଗୋଆ ପୋଲିସ । ଖବର ପାଇ ଗୋଆ ପୋଲିସର କ୍ରାଇମ ଶାଖା ଆରୋପରା ଉପକୂଳବର୍ତୀ ଗ୍ରାମର ଏକ ଭଡା ଘରୁ ତିନି ଜଣଙ୍କୁ ଗିରଫ କରିଥିଲା । ଗିରଫ ତିନିଜଣ ଗୁଜୁରାଟର ବୋଲି ଜଣାପଡିଛି । ପୋଲିସ ହାତରେ ଧରା ପିଡିଥିବା ତିନିଜଣ ହେଲେ ଗାନ୍ଧୀଧାମର ଶକ୍ତି ପଞ୍ଜାବୀ, ବିଶାଳ ଆହୁଜା ଓ ହିତେଶ କେସୱାନି ।
ଆଇପିଏଲ ଆରମ୍ଭ ହେବା ଠାରୁ ମୋବାଇଲରେ 1.17କୋଟିର ବେଟିଂ ଗ୍ରହଣ କରିଥିବା ନେଇ ସୋମବାର କହିଛି କ୍ରାଇମ ବ୍ରାଞ୍ଚ । ଅଭିଯୁକ୍ତମାନେ ଲାପଟପରେ ହାଇଟେକ ସପ୍ଟୱାର ବ୍ୟବହାର କରି ବେଟିଂ କରୁଥିବା କହିଛି କ୍ରାଇମବ୍ରାଞ୍ଚ । ପୋଲିସ ସୂଚନାନୁସାରେ, ଏହି ତିନିଜଣ ଗୁଜୁରାଟରେ ଅବସ୍ଥିତ ସେମାନଙ୍କ ଗ୍ରାହକଙ୍କ ଠାରୁ ବେଟିଂ ଗ୍ରହଣ କରୁଥିଲେ।