ଓଡିଶା

odisha

ETV Bharat / bharat

ଲକଡାଉନ ବେଳେ ସ୍କୁଲରେ ଫସିଥିବା ମହିଳାଙ୍କୁ ଗଣଦୁଷ୍କର୍ମ, 3 ଗିରଫ - ଲକଡାଉନ ବେଳେ ମହିଳାଙ୍କୁ ଗଣଦୁଷ୍କର୍ମ

ରାଜସ୍ଥାନର ସାୱାଇ ମାଧୋପୁରରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ 3 ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ବଟୋଦା ସ୍ଥିତ ଏକ ସ୍କୁଲରେ ଜଣେ ମହିଳାଙ୍କ ସହ ଏପରି କରିଥିଲେ।

raping a women stuck in lockdown
ସ୍କୁଲରେ ଫସିରହିଥିବା ମହିଳାଙ୍କୁ ଗଣଦୁଷ୍କର୍ମ,

By

Published : Apr 27, 2020, 1:24 PM IST

ଜୟପୁର: ରାଜସ୍ଥାନର ସାୱାଇ ମାଧୋପୁରରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ 3 ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ବଟୋଦା ସ୍ଥିତ ଏକ ସ୍କୁଲରେ ଜଣେ ମହିଳାଙ୍କ ସହ ଏପରି କରିଥିଲେ। ପୋଲିସର ସୂଚନାନୁସାରେ, ପୀଡିତା ମହିଳା ନିଜେ ଏପ୍ରିଲ 24 ରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଦାଖଲ ହେବା ପରେ ମହିଳାଙ୍କ ଡାକ୍ତରୀ ଯାଞ୍ଚ କରାଯାଇଥିଲା ଏବଂ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଲକଡାଉନ୍ କାରଣରୁ ପୀଡିତା ସାୱାଇ ମାଧୋପୁରରେ ଅନେକ ଦିନ ଧରି ଫସି ରହିଥିଲେ।

ଏହି ସମୟରେ ତାଙ୍କ ସହ ଗଣଦୁଷ୍କର୍ମ କରାଯାଇଛି । ଗୁରୁବାର ରାତିର ଏହି ଘଟଣା । ତିନି ଅଭିଯୁକ୍ତଙ୍କ ପରିଚୟ ପାଇବା ପରେ ଗିରଫ କରାଯାଇଛି ଏବଂ ସେମାନଙ୍କୁ କୋର୍ଟରେ ହାଜର କରାଯାଇଛି। ପୀଡିତା ମହିଳା ଜଣକ ପୋଲିସକୁ ଦେଇଥିବା ଅଭିଯୋଗରେ କହିଛନ୍ତି ଯେ, ଗତ ଏକ ମାସ ଧରି ଲକଡାଉନ୍ ଥିବାରୁ ସେ ସାୱାଇ ମାଧୋପୁରରେ ଅଟକି ରହିଥିଲେ। ସେ ହଠାତ୍ ଜୟପୁର ଯିବାକୁ ସ୍ଥିର କଲେ । ଗୁରୁବାର ରାତିରେ ସେ ବଟୋଦା ପୋଲିସ ଷ୍ଟେସନ ଅଧୀନରେ ଥିବା ଏକ ସ୍କୁଲରେ ବିଶ୍ରାମ ନେଇଥିଲେ କିନ୍ତୁ ସେଠାରେ ତାଙ୍କୁ ତିନି ଜଣ ଗଣଦୁଷ୍କର୍ମ କରିଥିଲେ।

ଘଟଣାର ଗୋଟିଏ ଦିନ ପରେ ଶୁକ୍ରବାର ପୋଲିସ ଷ୍ଟେସନରେ ଏକ ରିପୋର୍ଟ ଦାଖଲ କରାଯାଇଥିଲା। ଡିଏସପି ପାର୍ଥ ଶର୍ମା କହିଛନ୍ତି ଯେ, ଏହି ତିନି ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା ଏବଂ ସେମାନଙ୍କୁ ତୁରନ୍ତ ଗିରଫ କରାଯାଇଥିଲା। ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ମହିଳାଙ୍କ ଅଭିଯୋଗ ଉପରେ ତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା ଏବଂ ବୟାନ ରେକର୍ଡ କରାଯାଇଛି।

ABOUT THE AUTHOR

...view details