ହାଇଦ୍ରାବାଦ: କୋରୋନା ଉପରେ ନିୟନ୍ତ୍ରଣ ପାଇଁ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାର ସମସ୍ତେ ଲକଡାଉନକୁ କଡାକଡି କରିଛନ୍ତି । ଏହାସହ ଘରେ ରହିବା ସହ ସୁରକ୍ଷିତ ରହିବା ପାଇଁ ବାରମ୍ବାର ଘୋଷଣା କରୁଛନ୍ତି । ହେଲେ କିଛି ଲୋକ ଅଛନ୍ତି ଏହି ନିୟମକୁ ବାରମ୍ବାର ଉଲ୍ଲଙ୍ଘନ କରୁଛନ୍ତି । ଯାହାକୁ ନେଇ ପୋଲିସ ବାଧ୍ୟହୋଇ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ତଥାପି ସୁଧୁରୁ ନାହାନ୍ତି ଲୋକେ ।
ହାଇଦ୍ରାବାଦରେ ଲକଡାଉନ ନିୟମ ଭାଙ୍ଗି 29 ହଜାର ଗାଡି ଜବତ - Coronavirus Lockdown
ବୁଧବାର ହାଇଦ୍ରାବାଦରେ ଲକଡାଉନ ନିୟମ ଉଲ୍ଳଙ୍ଘନ କରିଥିବା 29 ହଜାର ଗାଡି ଗୁଡିକୁ ଜବତ କରିଛି ହାଇଦ୍ରାବାଦ ପୋଲିସ । ଅଧିକ ପଢନ୍ତୁ...

ହାଇଦ୍ରାବାଦରେ ଲକଡାଉନ ନିୟମ ଭାଙ୍ଗିଥିବା 29 ହଜାର ଗାଡି ଜବତ
ତେବେ ପୁଣି ଏହି ଘଟଣାରେ ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ କୋରୋନା ଭାଇରସ ପାଇଁ କରାଯାଇଥିବା ଲକଡାଉନ ଉଲ୍ଲଂଘନ କରିଥିବା ପ୍ରାୟ 29 ହଜାର ଗାଡି ଜବତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ହାଇଦ୍ରାବାଦର ଅତିରିକ୍ତ ଟ୍ରାଫିକ କମିଶନର ଅନୀଲ କୁମାର ।