ଓଡିଶା

odisha

ETV Bharat / bharat

64 ଦିନ ପରେ ଚାଇବସାରୁ ଓଡିଶା ଫେରିଲେ ପ୍ରବାସୀ ଶ୍ରମିକ - ockdown in Chaibasa

ଝାଡଖଣ୍ଡରୁ ଫେରିଲେ 29 ପ୍ରବାସୀ ଶ୍ରମିକ । ଚାଇବସାର ସଦର ବିଧାୟକ ଦୀପକ ବିରୁଆ ଲକ ଡାଉନରେ ଫସିଥିବା ଲୋକଙ୍କୁ ସାହାଯ୍ୟ କରିଛନ୍ତି । ଅଧିକ ପଢନ୍ତୁ...

29 people of odisha return back to home from chaibasa
ପ୍ରବାସୀ ଓଡିଆ

By

Published : May 22, 2020, 11:03 PM IST

ରାଞ୍ଚି: ମହାମାରୀ କୋରୋନା ଯୋଗୁଁ ଏବେ ବାହାର ରାଜ୍ୟରେ ଥିବା ଲୋକ ଘର ମୁହାଁ ହେଉଛନ୍ତି । ତେବେ ଏହି ଲକ ଡାଉନରେ ଦୀର୍ଘ 64 ଦିନ ହେବ ଝାଡଖଣ୍ଡର ଚାଇବସାରେ ଫସି ରହିଥିଲେ ଓଡିଶାର 29 ଜଣ ପ୍ରବାସୀ ଶ୍ରମିକ । ଶୁକ୍ରବାର ସେମାନଙ୍କୁ ନିଜ ରାଜ୍ୟରୁ ପଠାଯାଇଛି ।

ସ୍ଥାନୀୟ ବିଧାୟକ ଦୀପକ ବେରୁଆଙ୍କ ସାହାଯ୍ୟରେ ସୁରକ୍ଷିତ ଭାବେ ନିଜ ରାଜ୍ୟରେ ପହଞ୍ଚିବାରେ ସକ୍ଷମ ହୋଇଛନ୍ତି ଏହି ପ୍ରବାସୀ ଶ୍ରମିକମାନେ । ଚାଇବସାରେ ଗାଁ କୁଣ୍ଟିଆ ଗାଁରେ ଲକ ଡାଉନ ଦିନ ଠାରୁ ଫସି ରହିଥିଲେ ସମସ୍ତେ । ଅନେକ ଦିନ ପରେ ନିଜ ଘରକୁ ଫେରିବାକୁ ସମର୍ଥ ହୋଇଥିବାରୁ ବିଧାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରବାସୀ ଶ୍ରମିକମାନେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details