ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ ସ୍ଥିତ ରାଜଭବନରେ ପାଳିତ ହୋଇଯାଇଛି ସଶସ୍ତ୍ର ବାହିନୀ ପତାକା ଦିବସ। ଏହି ଅବସରରେ ଦିଲ୍ଲୀର ଉପରାଜ୍ୟପାଳ 29 ଜଣ ସଶସ୍ତ୍ର ବାହିନୀର ଯବାନଙ୍କୁ ସମ୍ମାନିତ କରିଛନ୍ତି । ଯବାନଙ୍କୁ ରାଷ୍ଟ୍ରପତି ବୀରତ୍ବ ପୁରଷ୍କାର ଓ ସ୍ବତନ୍ତ୍ର ସେବା ପଦକରେ ସମ୍ମାନିତ କରିଛନ୍ତି। ଏହି ଅବସରରେ ଉପରାଜ୍ୟପାଳ ରାଜ୍ୟ ସୈନିକ ବୋର୍ଡର 'ଫ୍ଲାଗ ଡେ ପୁସ୍ତକ' ଜାରି କରିଛନ୍ତି। କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ, ଦିଲ୍ଲୀ ମୁଖ୍ୟ ସଚିବ, ଦିଲ୍ଲୀରାଜସ୍ବ ବିଭାଗର ମୁଖ୍ୟ ସଚିବଙ୍କ ସମେତ ତିନି ସେନାର ମୁଖ୍ୟ ଅଧିକାରୀ ଉପସ୍ଥିତ ଥିଲେ।
ସଶସ୍ତ୍ର ବାହିନୀ ପତାକା ଦିବସ: 29 ଯବାନ ସମ୍ମାନିତ - ସଶସ୍ତ୍ର ବାହିନୀ ପତାକା ଦିବସ
ନୂଆଦିଲ୍ଲୀ ସ୍ଥିତ ରାଜଭବନରେ ସଶସ୍ତ୍ର ବାହିନୀ ପତାକା ଦିବସ ପାଳନ କରାଯିବା ସହ 29 ଜଣ ଯବାନଙ୍କୁ ସମ୍ମାନୀତ କରାଯାଇଛି। ଅଧିକ ପଢନ୍ତୁ...
ରାଜଭବନରେ ସମ୍ମାନିତ କରାଯାଇଥିବା 29 ଜଣ ସଶସ୍ତ୍ର ବାହିନୀର ଯବାନଙ୍କ ମଧ୍ୟରୁ 9 ଜଣଙ୍କୁ ବୀରତ୍ବର ପୁରସ୍କାର ଅନ୍ୟ 20 ଜଣ ସେନାଙ୍କୁ ବିଶିଷ୍ଟ ସେନା ପଦକରେ ସମ୍ମାନିତ କରାଯାଇଛି । ଏହି ଅବସରରେ ଉପରାଜ୍ୟପାଳ ସେନାଙ୍କ ବାହାଦୂର ଯବାନଙ୍କ ଦ୍ବାରା ଦେଶକୁ ସୁରକ୍ଷା ଓ ଅଖଣ୍ଡତା ରକ୍ଷା ପାଇଁ ଦିଆଯାଉଥିବା ବଳିଦାନକୁ ପ୍ରଂଶସା କରିଥିଲେ। ଏହାସହ ଦିଲ୍ଲୀ ରାଜ୍ୟ ସୈନିକ ବୋର୍ଡର ଡୋନେସନ କ୍ୟାମ୍ପକୁ ମଧ୍ୟ ଉଦଘାଟନ କରିଛନ୍ତି।
ଉପରାଜ୍ୟପାଳ ଦିଲ୍ଲୀବାସୀଙ୍କୁ ପୂର୍ବ ସୈନିକ ଓ ଯୁଦ୍ଧ ସମୟରେ ଶହୀଦ ହୋଇଥିବା ସୈନିକଙ୍କ ପରିବାରକୁ 'ସଶସ୍ତ୍ର ବାହିନୀର ପତାକା ଦିବସ' ପାଣ୍ଠିରେ ଦାନ କରିବା ପାଇଁ କହିଥିଲେ । ଏହି ଟଙ୍କା ସୈନିକଙ୍କ କଲ୍ୟାଣ ଓ ସେମାନଙ୍କ ପୁନଃସ୍ଥାପନ ପାଇଁ କରାଯିବ। ଯେଉଁଥିରେ ଯୁଦ୍ଧରେ ଆହତ ସୈନିକଙ୍କ ସହିତ ତାଙ୍କର ପରିବାର ମଧ୍ୟ ସାମିଲ ରହିଛନ୍ତି। 201-19ରେ ଦିଲ୍ଲୀ 'ସଶସ୍ତ୍ର ବାହିନୀ ପତାକା ଦିବସ' ଅବସରରେ ସବୁଠୁ ଅଧିକ ଯୋଗଦାନ ଦେଇଥିବା ଦୁଇଟି ସ୍କୁଲକୁ ମଧ୍ୟ ସମ୍ମାନୀତ କରିଥିଲେ। 1949ରୁ ସଶସ୍ତ୍ର ବାହିନୀ ପତାକା ଦିବସ ପାଳନ କରାଯାଉଛି।