ଓଡିଶା

odisha

ETV Bharat / bharat

ଉବୁଟୁବୁ ଆସାମ: 26 ଜିଲ୍ଲାର 28.32 ଲକ୍ଷ ଲୋକେ ପ୍ରଭାବିତ, ମୃତ୍ୟୁ ସଂଖ୍ୟା 93କୁ ବୃଦ୍ଧି - ବନ୍ୟାରେ ଭାସୁଛି ଆସାମ

ବନ୍ୟାରେ ଭାସୁଛି ଆସାମ । 26 ଜିଲ୍ଲାର 28.32 ଲକ୍ଷ ଲୋକେ ପ୍ରଭାବିତ । ମୃତ୍ୟୁ ସଂଖ୍ୟା 93କୁ ବୃଦ୍ଧି । 2,634ରୁ ଅଧିକ ଗାଁ ଜଳବନ୍ଦୀ । 119,435 ହେକ୍ଟର ଚାଷ ଜମି ନଷ୍ଟ । ଅଧିକ ପଢନ୍ତୁ....

28 lakh hit, four more die as Assam flood situation worsens
ଉବୁଟୁବୁ ଆସାମ :26 ଜିଲ୍ଲାର 28.32 ଲକ୍ଷ ଲୋକେ ପ୍ରଭାବିତ ,ମୃତ୍ୟୁ ସଂଖ୍ୟା 93କୁ ବୃଦ୍ଧି

By

Published : Jul 24, 2020, 7:33 AM IST

Updated : Jul 24, 2020, 8:04 AM IST

ଗୌହାଟୀ:ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି ଆସାମର ବନ୍ୟା ପରିସ୍ଥିତି । ମୃତ୍ୟୁ ସଂଖ୍ୟା 93କୁ ବୃଦ୍ଧି ପାଇଛି । 26 ଜିଲ୍ଲାର 28.32 ଲକ୍ଷ ଲୋକେ ପ୍ରଭାବିତ ହୋଇଛନ୍ତି । କାଜିରଙ୍ଗା ଜାତୀୟ ଉଦ୍ୟାନରେ 123 ଜନ୍ତୁ ବନ୍ୟାରେ ପ୍ରାଣ ହରାଇଥିବା ବେଳେ 150 ଉଦ୍ଧାର ହୋଇଛନ୍ତି । ଏନେଇ ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଅଥୋରିଟି ଓ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । 5ଟି ଜିଲ୍ଲା ଗୋଲପାରା 469,499, ବାରପେଟା 421,522, ମୋରିଗାଓଁ 367,471, ଧୁବ୍ରି 278,041 ଓ ଦକ୍ଷିଣ ସାକମାରା 249,423 ଲୋକେ ଅଧିକ ପ୍ରଭାବିତ ହୋଇଛନ୍ତି ।

ଉବୁଟୁବୁ ଆସାମ: 26 ଜିଲ୍ଲାର 28.32 ଲକ୍ଷ ଲୋକେ ପ୍ରଭାବିତ, ମୃତ୍ୟୁ ସଂଖ୍ୟା 93କୁ ବୃଦ୍ଧି

5ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ , ବ୍ରହ୍ମପୁତ୍ର ନଦୀ ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି । ଧାନସିରୀ, ଜିଆ ଭରଲୀ, କୋପିଲି, ବେକି, କୁଶିଆରା, ସାଙ୍କୋଶ ଓ ଧରାମତୁଲ ନଦୀ ଗୁଡିକ ମଧ୍ୟ ଏକାଧିକ ଜିଲ୍ଲାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । 26 ଟି ଜିଲ୍ଲାରେ 2,634ରୁ ଅଧିକ ଗାଁ ଜଳବନ୍ଦୀରେ ରହିଥିବା ବେଳେ 119,435 ହେକ୍ଟର ଚାଷ ଜମି ନଷ୍ଟ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ 26 ଜିଲ୍ଲାରେ 456 ଟି ରିଲିଫ୍ କ୍ୟାମ୍ପ କରାଯାଇଛି । ଯେଉଁଥିରେ 47,215 ଲୋକେ ଆଶ୍ରୟ ନେଇଛନ୍ତି। 15ଟି ଜିଲ୍ଲା ଧୁବ୍ରି, ଗୋଲପାରା, ବାରପେଟା, ମୋରିଗାଓଁ, ଦକ୍ଷିଣ ସାକମାରା, ଧମାଜୀ, ଲାଖିମପୁର, ଡାରାଙ୍ଗ, ନାଲବାରୀ, କାମ୍ରୁପ (ମେଟ୍ରୋ), କାମ୍ରୁପ (ଗ୍ରାମୀଣ), ନାଗାଓଁ , ଗୋଲାଘାଟ, ମଜୁଲି ଓ ବଙ୍ଗାଇଗାଓଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। 24 ଟି ଜିଲ୍ଲାର ଅନେକ ସ୍ଥାନରେ ରାସ୍ତା, ବନ୍ଧ, ବ୍ରିଜ୍, କଲଭର୍ଟ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ଧୋଇ ହୋଇଯାଇଛି । ପ୍ରାୟ 14 ଲକ୍ଷ ଗୃହପାଳିତ ପଶୁ ପ୍ରଭାବିତ ହୋଇଛନ୍ତି । 16ଟି ଏନଡିଆରଏଫ ଟିମ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଳବନ୍ଦୀ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିବା ସହିତ ରିଲିଫ ବଣ୍ଟନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 24, 2020, 8:04 AM IST

ABOUT THE AUTHOR

...view details